ରାସ୍ତା ମଝିରେ ନିଶା ଚୁର୍ ଦୁଇ ବଙ୍ଗୀୟ ଯୁବତୀଙ୍କ ଏ କି କାଣ୍ଡ !

ଭୁବନେଶ୍ୱର: ରାସ୍ତା ମଝିରେ କାର୍‌ ଛିଡ଼ା କରି ହଙ୍ଗାମା କଲେ ଦୁଇ ନିଶାସକ୍ତ ଯୁବତୀ। ଆଜି ଏପରି ଘଟଣା ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି। କମିଶନରେଟ୍‌ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ବଙ୍ଗୀୟ ଯୁବତୀଙ୍କୁ ଉଦ୍ଧାର କରିବା ସହିତ କାର୍‌କୁ ଜବତ କରିଛି।

ଆଜି କପିଳେଶ୍ୱର ରାସ୍ତା ମଝିରେ ହଠାତ୍‌ ଏକ କାର୍‌ ଅଟକିଗଲା। ଆଉ ତା’ପରେ କାର୍‌ ଭିତରେ ବସିଥିବା ବ୍ୟକ୍ତି ଡୋର୍‌ ଖୋଲି ଦେଇଥିଲେ। କାର୍‌ର ଡୋର୍‌ଟି ଜଣେ ବ୍ୟକ୍ତିଙ୍କ ଦେହରେ ବାଜିଥିଲା। ଫଳରେ ସେ ତଳ ପଡ଼ି ଯାଇଥିଲେ। ଯାହାକୁ ପ୍ରତିବାଦ କରି ସ୍ଥାନୀୟ ଲୋକେ କାର୍‌କୁ ଘେରି ଯାଇଥିଲେ।

ଠିକ୍‌ ଏତିକି ବେଳେ ଗାଡ଼ି ଭିତରୁ ୨ ଜଣ ବଙ୍ଗୀୟ ଯୁବତୀ ବାହାରି ଲୋକଙ୍କ ସହିତ ଯୁକ୍ତିତର୍କ କରିଥିଲେ। ସେମାନେ ନିଶା ସେବନ କରିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଯାହାଫଳରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ସହିତ ଟ୍ରାଫିକ୍‌ ଜାମ୍‌ ହୋଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି କାର୍‌ରେ ବସିଥିବା ୨ ବଙ୍ଗୀୟ ଯୁବତୀ ଓ ଅନ୍ୟ ଜଣେ ଲୋକଙ୍କୁ ଉଦ୍ଧାର କରିବା ସହ ଭିଡ଼ ହଟାଇଥିଲା। କାର୍‌ ଭିତରୁ ପୁଲିସ ମଦ ବୋତଲ ଓ ସିଗାରେଟ୍‌ ଜବତ କରିଛି। ବଙ୍ଗୀୟ ଯୁବତୀଙ୍କୁ ପୁଲିସ ସାଙ୍ଗରେ ନେଇ ପଚରାଉଚରା କରି ଛାଡ଼ିଦେଇଛି। କିନ୍ତୁ କାର୍‌କୁ ଜବତ କରିଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ

ମହଙ୍ଗା ପଡ଼ିଲା କ୍ଷମତାର ଅପବ୍ୟବହାର: ଆଦିବାସୀଙ୍କ ଘର ଭାଙ୍ଗିଥିବା ମହିଳା ସରପଞ୍ଚ ନିଲମ୍ବିତ

ହୋଟେଲରେ ଚାଲିଥିଲା ସେକ୍ସ ରାକେଟ୍, ୨ ମହିଳାଙ୍କ ସମେତ ଗ୍ରାହକ ଓ ହୋଟେଲ ମ୍ୟାନେଜର ଅଟକ

ସୁପ୍ରିମକୋର୍ଟ ଗଲେ ବର୍ଷା

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

Corona Update In Odisha: ୨୪ ଘଣ୍ଟାରେ ୪,୨୦୯ ପଜିଟିଭ୍‌ ଚିହ୍ନଟ

ଏକାଧିକ ଦୋକାନ ଉପରକୁ ଚଢ଼ି ଓଲଟି ପଡ଼ିଲା ଟ୍ରକ୍‌

ଶୁଦ୍ଧିକ୍ରିୟାରେ ଯୋଗ ଦେଇ ଘରକୁ ଫେରୁଥିଲେ, ବାଟରେ ଘଟିଲା ଦୁର୍ଘଟଣା

ଭୁବନେଶ୍ୱରରେ ୪୧ ଦୋକାନ ସିଲ୍‌, ୨୮୩୩ ଜଣଙ୍କୁ ଫାଇନ୍‌; କଟକରେ ବି ଆକ୍ସନ ମୋଡ୍‌ରେ ପୋଲିସ୍

ନା ଥିଲା ମାସ୍କ ନା ଥିଲା ସାମାଜିକ ଦୂରତା: କରୋନା କଟକଣାକୁ ଫୁ’ କରି ଧୁମ୍‌ଧାମ୍‌ରେ ଚାଲିଥିଲା ବିଶ୍ୱକର୍ମା ଭସାଣ

SCB କୋଭିଡ୍‌ ୱାର୍ଡରେ‌ ଅବ୍ୟବସ୍ଥା ଘଟଣାର ତଦନ୍ତ କରିବ ୩ ଜଣିଆ କମିଟି

ତାଗିଦ ନାଁରେ ବ୍ୟବସାୟ ଉପରେ ଛାଟ !

୨୪ ଘଣ୍ଟାରେ ସୁସ୍ଥ ହେଲେ ୪୧୦୧ କରୋନା ଆକ୍ରାନ୍ତ

You might also like