• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ତୁସୁରା ଥାନା ତେଲ ନଦୀ ବ୍ରିଜ୍‌ରୁ ନଦୀକୁ ଡେଇଁ ପଡ଼ି ନିଖୋଜ ଥିବା ଦୁଇ ଭଉଣୀଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି।

ଦୁଇ ଦିନ ପରେ ଆଜି ସୋନପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ବଡତେଣ୍ଡା ଗାଁ ନିକଟସ୍ଥ ନଦୀ କୂଳରେ ଜଣେ ଯୁବତୀଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକେ ଏହାକୁ ଦେଖିବା ପରେ ଲୋକଙ୍କ ଭିଡ଼ ବଢ଼ିବାରେ ଲାଗିଛି। ମୃତକ ନିଖୋଜ ସାନ ଭଉଣୀ ଆଞ୍ଚଲ ଅଗ୍ରୱାଲ ବୋଲି ପୋଲିସ୍‌ ସୂଚନା ଦେଇଛି।

ନଦୀ କୂଳରେ ମୃତଦେହ ପଡ଼ିଥିବା ଖବର ପାଇ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିବାରେ ଲାଗିଛି।

ସୂଚନାଥାଉ କି, ଗତ ୧୫ ତାରିଖ ଦିନ ଗୁଡଭେଲା ଗାଁର ବ୍ୟବସାୟୀ ରାମତୋର ଅଗ୍ରଓ୍ୱାଲଙ୍କ ଦୁଇ ଝିଅ ଅନମୋଲ୍‌ ଓ ଆଞ୍ଚଲ୍‌ ନିଖୋଜ ହୋଇଯାଇଥିଲେ। ତୁସୁରା ଥାନା ତେଲ ନଦୀ ବ୍ରିଜ୍‌ ଉପରେ ସ୍କୁଟି ଓ ଚପଲ ରଖି ଦୁଇ ଭଉଣୀକୁ ନଦୀକୁ ଡେଇଁ ପଡ଼ିଥିବା ସନ୍ଦେହ କରାଯାଉଥିଲା।

ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ ବହୁ ଖୋଜାଖୋଜି ପରେ ମଧ୍ୟ ସେମାନଙ୍କର କୌଣସି ଖୋଜ ଖବର ପାଇନଥିଲେ। ଆଜି ୨ ଦିନ ପରେ ବଡତେଣ୍ଡା ଗାଁ ନିକଟସ୍ଥ ନଦୀ କୂଳରୁ ସାନ ଭଉଣୀର ମୃତଦେହ ଠାବ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ବଡ଼ ଭଉଣୀର କୌଣସି ପତ୍ତା ମିଳିପାରି ନାହିଁ।

Two-girls-missing-after-jumping-into-tel-river-in-bolangir-one-deadbody-found
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories