ଖୋଲିଲା ବାଲିମେଳା ଡ୍ୟାମର  ଦୁଇଟି ଗେଟ୍

ମାଲକାନଗିରି: ଖୋଲିଲା ମାଲକାନଗିରି ଜିଲ୍ଲା ବାଲିମେଳା ଡ୍ୟାମର  ଦୁଇଟି ଗେଟ୍।  ଜଳଭଣ୍ଡାରର ଜଳଧାରଣ କ୍ଷମତା ସର୍ବାଧିକ ୧୫୧୪ ଫୁଟ୍ ଥିବାବେଳେ ବର୍ତ୍ତମାନ ଏଠାରେ ୧୪୯୨ ଫୁଟ୍ ଜଳ ରହିଛି।

ଦୁଇଟି ଗେଟ୍ ଦେଇ ଜଳଭଣ୍ଡାରରୁ ୬ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଛି।  ବାଲିମେଳା ଡ୍ୟାମ ପ୍ରକଳ୍ପ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାର ଯୌଥ ପ୍ରକଳ୍ପ । ଆନ୍ଧ୍ରପ୍ରଦେଶକୁ ଜଳ ଆବଶ୍ୟକତା ଥିବାରୁ ଏହି ଦୁଇଟି ଗେଟ୍ ଖୋଲାଯାଇଛି ।

ଡ୍ୟାମର ୪ ନମ୍ବର ଗେଟ୍ ଏବଂ ସ୍ଲୁଇସ୍ ଗେଟ୍ ଖୋଲାଯାଇଛି । ତେବେ ଆନ୍ଧ୍ରପ୍ରଦେଶ ଅନେକ ସମୟରେ ଡ୍ୟାମରୁ ପାଣି ନେଉଥିବାରୁ ଚିତ୍ରକୋଣ୍ଡା ଅଂଚଳରେ ପାନୀୟ ଜଳ ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି ।

You might also like