ସାମ୍ୱାଦିକଙ୍କୁ ଆକ୍ରମଣ କରି ନିଲମ୍ୱିତ ହେଲେ ୨ ବନ କର୍ମଚାରୀ

ପୁରୀ: ପୁରୀ ଜିଲ୍ଲା ବାଲୁଖଣ୍ଡ ଅଭୟାରଣ୍ୟରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ସଂପୃକ୍ତ ୨ ବନ କର୍ମଚାରୀ ନିଲମ୍ବିତ କରାଯାଇଛି। ଆକ୍ରମଣ କରିଥିବା ୨ ବନ କର୍ମଚାରୀ ହେଲେ ବାଲିଘାଇ ଫରେଷ୍ଟର ତପନ ନାୟକ ଓ ଫରେଷ୍ଟଗାର୍ଡ ବିରଜା ମହାପାତ୍ର ।

ଗତ ବର୍ଷ ମେ‘ ୩ ତାରିଖ ଓଡ଼ିଶାରେ ତାଣ୍ଡବ ସୃଷ୍ଟି କରିଥିଲା ବାତ୍ୟା ‘ଫନି’। ଏହି ଫନି ପୁରୀ ଜିଲ୍ଲା ବାଲୁଖଣ୍ଡ ଅଭୟାରଣ୍ୟରେ ଲ୍ୟାଣ୍ଡଫଲ କରିଥିଲା। ‍ଫଳରେ ସବୁଠାରୁ ବେଶି କ୍ଷତିଗ୍ରସ୍ତ ହୋଇଥିଲା ପୁରୀ ଜିଲ୍ଲା। ଗତକାଲି ବାତ୍ୟକୁ ୧ ବର୍ଷ ପୂରିଥିଲା। ଏ ନେଇ ଖବର ସଂଗ୍ରହ କରିବାକୁ  ଏକ ଗଣମାଧ୍ୟମ ସଂସ୍ଥାର କ୍ୟାମେରା ପର୍ସନ ଚିତ୍ତରଞ୍ଜନ ଖୁଣ୍ଟିଆ ତାଙ୍କ ସହଯୋଗୀଙ୍କୁ ନେଇ ବାଲୁଖଣ୍ଡ ଅଭୟାରଣ୍ୟ ଯାଇଥିଲେ।

ତେବେ ଅଭୟାରଣ୍ୟର ନେଚର କ୍ୟାମ୍ପରେ ବନ କର୍ମଚାରୀ ଡ୍ୟୁଟି ବଦଳରେ ନିଶା ସେବନରେ ବ୍ୟସ୍ତ ଥିଲେ। ଏନେଇ ଗଣମାଧ୍ୟମ କର୍ମଚାରୀ ଏହାର ଭିଜୁଆଲ ନେବାରୁ ବନ କର୍ମଚାରୀ ବିରୋଧ କରିଥିଲେ। ତଥାପି  ଚିତ୍ତରଞ୍ଜନ ନ ଶୁଣିବାରୁ ୨ ବନ କର୍ମଚାରୀ ତାଙ୍କୁ  ଦୁର୍ବବ୍ୟହାର କରିବା ସହ କ୍ୟାମେରା ପର୍ସନ ଚିତ୍ତରଞ୍ଜନଙ୍କୁ ମାଡ଼ ମାରିଥିଲେ । ଏହାସହ ତାଙ୍କ କ୍ୟାମେରା ଭାଙ୍ଗିଦେଇଥିଲେ ଏନେଇ ଚିତ୍ତରଞ୍ଜନଙ୍କ ଅଭିଯୋଗ ପରେ ପେଣ୍ଠକଟା ଥାନାରେ ମାମଲା ରୁଜୁ ହୋଇଛି ।

ଏହି ଘଟଣା ପରେ ପୁରୀ ଜିଲ୍ଲା ଡିଏଫ୍ଓ  ୨ ବନ କର୍ମଚାରୀଙ୍କୁ  ନିଲମ୍ବିତ କରିଛନ୍ତି।

ଆହୁରି ପଢ଼ନ୍ତୁ

କରୋନା ନେଇଗଲା କୋଭିଡ୍ ଯୋଦ୍ଧାଙ୍କ ଜୀବନ

ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ଦାଶଙ୍କୁ ଭାରତର ସର୍ବୋଚ୍ଚ ବିଜ୍ଞାନ ପୁରସ୍କାର

ଗାଈଗୋରୁଙ୍କ ଜୀବନ ରକ୍ଷା ପାଇଁ ଅଭିନବ ପ୍ରୟାସ

ବିଧାନସଭା ଅଧିବେଶନ ପୂର୍ବରୁ ଆସିଲା କରୋନା ଟେଷ୍ଟ ରିପୋର୍ଟ, ୧୩୬ ଜଣଙ୍କ ରିପୋର୍ଟ ପଜିଟିଭ୍

ଭୁବନେଶ୍ୱରରୁ ୩୧୭ ପଜିଟିଭ ଚିହ୍ନଟ, ୨୫୫ ଲୋକାଲ କେସ୍

ପୂରଣ ହେଲା ସ୍ୱାଭିମାନ ଅଞ୍ଚଳବାସୀଙ୍କ ଆଶା

ଆଜିଠୁ ଓଡ଼ିଶାର ଏହି ସହର ୭ ଦିନ ସଟ୍‌ଡାଉନ୍‌

ବିଶ୍ୱ ପର୍ଯ୍ୟଟନ ଦିବସରେ କୋଣାର୍କକୁ ଗଡ଼ିଲା ‘ମୋ ବସ୍’

ଓଡ଼ିଶାରେ କୋଭିଡ୍‌ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଲେ ବିଜେଡି ବିଧାୟକ

ଦିନକରେ ଓଡ଼ିଶାରେ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଓଡ଼ିଶାରେ କରୋନା ସ୍ଥିତି: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩,୯୨୨ ପଜିଟିଭ୍‌

ଅକ୍ଟୋବରରୁ ଓଡ଼ିଶାର ସମସ୍ତ ପର୍ଯ୍ୟଟନସ୍ଥଳୀ ଖୋଲିବାକୁ ଯୋଜନା

You might also like