ବଜ୍ରାଘାତରେ ୨ ମୃତ

ଅନୁଗୁଳ(ବିରଜା ଦାଶ): ଅନୁଗୋଳ ଥାନା ବେଂତପୁର ଗାଁରେ ବିଲରେ କାମ କରୁଥିବା ସମୟରେ ବଜ୍ରପାତ ହେବାରୁ ୨ ଜଣ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତକ ୨ ଚାଷୀ ହେଲେ ବେନ୍ତପୁର ଗାଁର ଗିରୀଶ ବେହେରା (୪୦) ଓ ପ୍ରତାପ ନାୟକ (୩୫)। ଉଭୟ ବିଲରେ କାମ କରୁଥିବା ସମୟରେ ଏହି ଅଘଟଣ ଘଟିଛି।

ଆଜି ଅନୁଗୁଳ ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଆସିଥିଲା। ତା’ପରେ ବର୍ଷିବା ସହିତ ବଜ୍ରପାତ ହୋଇଥିଲା। ଏହି ସମୟରେ ବିଲରେ କାମ କରୁଥିବା ବେଳେ ଗିରୀଶ ଓ ପ୍ରତାପଙ୍କ ମୃତ୍ୟୁ ଘଟିଛି।

ରାଜ୍ୟରେ ଦିନକୁ ଦିନ ବଜ୍ରପାତ ଘାତକ ହେଉଛି। ବଜ୍ରାଘାତରେ ୨୦୧୫-୧୬ ମସିହାରେ ୪୦୧ ଜଣଙ୍କ ଜୀବନ ଯାଇଛି। ସେହିପରି ୨୦୧୬-୧୭ରେ ୪୦୦, ୨୦୧୭-୧୮ରେ ୪୬୫, ୨୦୧୮-୧୯ରେ ୩୩୦ଜଣ ଓ ୨୦୧୯-୨୦ରେ ଏଯାଏଁ ୧୫୦ରୁ ଅଧିକ ଲୋକଙ୍କ ଜୀବନ ନେଲାଣି ବଜ୍ରାଘାତ।

ତେବେ ଖୋଲା ବିଲରେ କାମ କରୁଥିବା ଚାଷୀଙ୍କ ପାଇଁ ବଜ୍ରପାତ ଘାତକ ହେଉଥିବାରୁ ପ୍ରଶାସନର ଚିନ୍ତା ବଢିଛି। କେବଳ ଆଗୁଆ ସତର୍କତା ଦ୍ୱାରା ହିଁ ବଜ୍ରାଘାତ ମୃତ୍ୟୁକୁ ରୋକା ଯାଇପାରିବ ବୋଲି କୁହାଯାଉଛି। ସେଥିଲାଗି ତ୍ୱରିତ ବେଗରେ ସୂଚନା ଦେବା ପାଇଁ ରାଜ୍ୟର ୬ଟି ସ୍ଥାନରେ ଲାଇଟେନିଂ ସେନସର ଲଗାଯାଇଛି।

ଆହୁରି ପଢ଼ନ୍ତୁ

ବିଜୁଳି ଦର ବୃଦ୍ଧି ପ୍ରତିବାଦ: ଆଜି ୧୫ ମିନିଟ୍‌ ପାଇଁ ଲାଇଟ୍‌ ବନ୍ଦ କରିବାକୁ ଆହ୍ୱାନ

କରୋନାରୁ ସୁସ୍ଥ ହେବାପରେ କ’ଣ କରିବେ?

୪୩.୫% କମିଛି ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା

ଆଜି ଅବପାତର ରୂପ ନେଇପାରେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ

ଇଞ୍ଜିନିୟର ଏବେ ଦିନ ମଜୁରିଆ; କୋଦାଳ ଧରି ମାଟି ବୋହିଲେ

ଜେଲ୍ ଗଲେ ସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ପ୍ରଧାନ; ଆୟର ୨୪୧% ଥିଲା ବେଆଇନ

କୋଭିଡ୍‌-୧୯ ସୁସ୍ଥ ହେବା ପରେ କ’ଣ କରିବେ, ପରାମର୍ଶ ଦେଲା ସ୍ୱାସ୍ଥ୍ୟ ବିଭାଗ

କରୋନାରୁ ସୁସ୍ଥ ହେଲେ ୨୭୧୬ ଜଣ ଆକ୍ରାନ୍ତ

ରକ୍ତମୁଖା ପଡ଼ୋଶୀର ବିଭତ୍ସ କାଣ୍ଡ; ରକ୍ତରେ ଭିଜିଲା ଘର ଓ ଜମି

ଆସନ୍ତାକାଲି ସନ୍ଧ୍ୟା ୬ଟାରୁ ୬ଟା ୧୫ ମିନିଟ୍‌ ଯାଏଁ ବିଜୁଳି ନଜାଳିବାକୁ ଆହ୍ୱାନ

ଭାଙ୍ଗିଯାଇଛି ପୋଲ, ସମସ୍ୟାରେ ୬ଟି ଗାଁ

ନିଲମ୍ବିତ ହେଲେ ଗୁଣପୁର ତହସିଲଦାର

You might also like