ଡ୍ୟାମ୍‌ରେ ବୁଡ଼ିଗଲେ ମାଇଁ ଓ ଭାଣିଜୀ

ମୋହନା: ଭାଣିଜୀଙ୍କୁ ବଞ୍ଚାଇବାକୁ ଯାଇ ଡ୍ୟାମ୍‌ରେ ବୁଡ଼ିଗଲେ ମାଇଁ। ଗଜପତି ଜିଲ୍ଲାରେ ଏହି ଦୁଃଖଦ ଘଟଣା ଘଟିଛି। ଗଜପତି ଜିଲ୍ଲା ଅଡାବା ଥାନା ଅନ୍ତର୍ଗତ ବୁଢାଡିହ ଗାଁ ନିକଟସ୍ଥ ହରଭାଙ୍ଗି ଡ୍ୟାମ୍‌ରେ ବୁଡି ମାଇଁ ଓ ତାଙ୍କ ଭାଣିଜୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବୁଢ଼ାଦିହ ଗାଁର ଏବନି ମଣ୍ଡଳ ଓ ତାଙ୍କର ୧୦ ବର୍ଷର ଭାଣିଜୀ।

ସୂଚନା ଅନୁସାରେ, ଗତକାଲି ଏବନି ତାଙ୍କର ଭାଣିଜୀଙ୍କ ସହ ହରଭାଙ୍ଗି ଡ୍ୟାମ୍‌କୁ‌ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ କୌଣସି କାରଣବଶତଃ ଭାଣିଜୀର ଗୋଡ଼ ଖସି ଯିବାରୁ ସେ ପାଣିରେ ବୁଡ଼ି ଯାଇଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଯାଇ ମାଇଁ ଏବନି ମଧ୍ୟ ପାଣିରେ ବୁଡ଼ି ଯାଇଥିଲେ।

ଗାଁ ଲୋକେ ବହୁ ଖୋଜାଖୋଜି ପରେ ମଧ୍ୟ ସେମାନଙ୍କର କୌଣସି ପତ୍ତା ମିଳିପାରି ନ ଥିଲା। ଏହି ଘଟଣାକୁ ନେଇ ପରିବାର ଲୋକେ ପୁଲିସ୍‌କୁ ଖବର ଦେଇଥିଲେ। ମୋହନା ଅଗ୍ନିଶମ ବାହିନୀ ସହାୟତାରେ ମୃତଦେହକୁ ଆଜି ପାଣିରୁ ଉଦ୍ଧାର କରାଯାଇଥିଲା।

ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ଼ କରିବା ସହ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ

ସହକାରୀ ଜିଲ୍ଲାପାଳଙ୍କୁ ମାଡ଼ ମାରି ପରିବାର ସହ ଗିରଫ ହେଲେ ଘର ମାଲିକ

ଦିନକରେ ୧୬ କରୋନା ରୋଗୀ ଆଖି ବୁଜିଲେ

୨୪ ଘଣ୍ଟାରେ ଚିହ୍ନଟ ହେଲେ ୪, ୩୫୬ କରୋନା ଆକ୍ରାନ୍ତ, ରେକର୍ଡ ଭାଙ୍ଗିଲା ଖୋର୍ଦ୍ଧା‌

ଜବତ ହେଲା ବିପୁଳ ନକଲି କରୋନା ଔଷଧ

ବିଧାନସଭାର ମୌସୁମୀ ଅଧିବେଶନ; ରବିବାର ବି ଚାଲିବ ଗୃହକାର୍ଯ୍ୟ

ବିଧାନସଭା ମୌସୁମୀ ଅଧିବେଶନ; କଭରେଜ କରୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କର ହେବ କରୋନା ଟେଷ୍ଟ

ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ ଚିଠି ଲେଖିଲେ ନବୀନ

ନାଳରେ ପଶିଗଲା ଚଳନ୍ତା କାର

ବନ୍ଦ ହୋଇଯିବ କି ରାଜଧାନୀର ଦୋକାନ?

ଦିନକରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱରରୁ ୩୨୬ କରୋନା ପଜିଟିଭ ଚିହ୍ନଟ, ୨୫୬ ଲୋକାଲ କଣ୍ଟାକ୍ଟ

ଆମ୍ବୁଲାନ୍ସ ଧକ୍କାରେ ଚାଲିଗଲା ୩ ଜୀବନ

You might also like