STF କହି ନାଲିବତୀ ଗାଡ଼ିରେ ବୁଲୁଥିଲେ, କିନ୍ତୁ ଥିଲେ ଦୁର୍ଦ୍ଦାନ୍ତ ଅପରାଧୀ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ୧୬ ନମ୍ୱର ଜାତୀୟ ରାଜପଥ ସେରଗଡ଼ ଟୋଲ୍ ଗେଟ୍ ନିକଟରେ ଗତକାଲି(ସୋମବାର) ବିଳମ୍ବିତ ରାତ୍ରରେ ଦୁଇ ଜଣ ଦୁର୍ଦ୍ଦାନ୍ତ ଅପରାଧୀକୁ ଖନ୍ତାପଡ଼ା ପୋଲିସ୍ ଗିରଫ କରିଛି।

ଖବର ନେବାରୁ  ଜଣାପଡ଼ିଛି ଯେ ଗତକାଲି ରାତିରେ ଗୋଟିଏ ସ୍କର୍ପିଓରେ ନାଲିବତୀ ଲଗାଇ ଭୁବନେଶ୍ୱର ଆଡୁ ଆସୁଥିବା ବେଳେ ଖନ୍ତାପଡ଼ା ଥାନା ସେରଗଡ଼ ଟୋଲ ଗେଟ୍ ନିକଟରେ ପୋଲିସ୍ ଏହି ଗାଡ଼ିକୁ ଅଟକାଇଥିଲା। ଏହା ନକଲି ପୋଲିସ ଗାଡ଼ି ବୋଲି ଜଣାପଡିଥିଲା।

ତେବେ ଏହି ଗାଡିକୁ ଅଟକାଇବାକୁ ଯାଇ ଖନ୍ତାପଡ଼ା ପୋଲିସ ଓ ସେରଗଡ ଫାଣ୍ଡି ପୋଲିସ୍‌କୁ ବହୁ କସରତ କରିବାକୁ ପଡ଼ିଥିଲା।  ଏହି ନକଲି ପୋଲିସ୍ ଗାଡ଼ିରେ ଦୁଇ ଜଣଙ୍କୁ ପୋଲିସ୍ ଗିରଫ କରିଥିଲା। ସେମାନଙ୍କ ଠାରୁ ଗୋଟିଏ ବନ୍ଧୁକ ସହିତ ୨ ଜଣଙ୍କୁ ଗିରଫ କରିଛି।

ଏଥିରେ ଜଣେ ପୋଲିସ୍ କର୍ମଚାରୀ ଆହତ ହୋଇଥିବା ଜଣାପଡ଼ିଛି। ଏହି ଅପରାଧୀମାନେ କେଉଁ ଠାରୁ ଆସୁଥିଲେ ଓ କେଉଁ ଆଡ଼କୁ ଯାଉଥିଲେ ବର୍ତ୍ତମାନ ସୁଦ୍ଧା ତାହା ସ୍ପଷ୍ଟ ହୋଇନାହିଁ।

You might also like