ଦିବ୍ୟାଙ୍ଗ ହେଲେ ବି ସେ ସ୍ୱାବଲମ୍ବୀ ; ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ

ବାରିପଦା /କଟକ : ସମାଜ ଆଖିରେ ସେମାନେ ଜଣେ ଜଣେ ଦିବ୍ୟାଙ୍ଗ; ହେଲେ ନିଜେ, ନିଜ ପରିବାର ଓ ଅନ୍ୟମାନଙ୍କ ପାଇଁ ବିଶାଳ ଉଦାହରଣ। ଜଣେ ପିଲାଦିନୁ ଗୋଟିଏ ହାତ ହରାଇ ତ ଆଉ ଜଣେ ଜନ୍ମରୁ ଦୁଇ ଗୋଡ଼ର ଦୁର୍ବଳ ଅବସ୍ଥାକୁ ନେଇ ଦିବ୍ୟାଙ୍ଗ । କିନ୍ତୁ ଏ ଜୀବନ ଯୁଦ୍ଧରେ ଏମାନେ ଜଣେ ଜଣେ ବିଜୟୀ ଯୋଦ୍ଧା। ଅନ୍ୟମାନଙ୍କ ପାଇଁ ଏମାନେ ଦିବ୍ୟାଙ୍ଗ ହେଲେ ବି ନିଜ ପାଇଁ କିନ୍ତୁ ସ୍ୱାବଲମ୍ବୀ-ସ୍ୱାଭିମାନୀ।

ବାରିପଦା ମେଡିକାଲ ରୋଡରେ ଛୋଟିଆ ପାନ ଦୋକାନଟିଏ କରି ଖୁସିରେ ପରିବାର ଚଳାନ୍ତି କୋପି ରଞ୍ଜନ ମାହାନା କୋପିଙ୍କ ପାନ ଭଙ୍ଗା ତରିକା ଦେଖିଲେ ଯେ କେହି ବି ଆଖି ଫେରାଇ ନେବା ମୁସ୍କିଲ। ତାଙ୍କ ନିଆରା ଷ୍ଟାଇଲ, ଅମାୟିକ ବ୍ୟବହାର ଆଉ ସ୍ୱାଭିମାନୀ ପଣ ପାଇଁ ସେ ସ୍ଥାନୀୟ ଅଞ୍ଚଳରେ ବେଶ୍ ପରିଚିତ।

ଘରେ ପତ୍ନୀଙ୍କ ସହ ଦୁଇ କଲେଜ ପଢୁଆ ପିଲାଙ୍କ ଦାୟିତ୍ୱ। ହେଲେ ଏମିତି ସ୍ଥିତିରେ ବି ନିଜ ଦାୟିତ୍ୱବୋଧରୁ କେବେ ଦୂରେଇ ନାହାନ୍ତି। ନିଜର ଏ ଅବସ୍ଥା ପାଇଁ କେବେ ଅନୁଶୋଚନା କି ଭାଗ୍ୟକୁ ନିନ୍ଦି ନାହାନ୍ତି ସେ।  ବରଂ ପ୍ରତିକୂଳ ପରିସ୍ଥିତିରେ କାହାରି ଦାନ କି ଦୟା ବିନା କିଭଳି ଜୀବନକୁ ଜିଣି ହେବ ତାର ସରଳ ସୂତ୍ର ପାଇଛନ୍ତି କୋପି ରଞ୍ଜନ।

ଜନ୍ମରୁ ଯନ୍ତ୍ରଣାସିକ୍ତ ଜୀବନକୁ ଚିହ୍ନି ସାରିଥିବା ଦିବ୍ୟାଙ୍ଗ ତ୍ରିନାଥ ସାହୁ । ଦୁଇଟି ଯାକ ଗୋଡ଼ର ଏମିତି ଅବସ୍ଥାରେ ବି କେବେ ଥକି ନାହାନ୍ତି ସେ । କଟକ ବଢେଇସାହିରେ ରହୁଥିବା ତ୍ରିନାଥ ୧୫ ପ୍ରାଣୀ କୁଟୁମ୍ବ ଚଳାନ୍ତି। ବୃତ୍ତିରେ ସେ ଜଣେ ଅଟୋ ଚାଳକ।

ଆଜିକୁ ଦୀର୍ଘ ୧୭ ବର୍ଷ ହେବ ପରିବାର ପ୍ରତିପୋଷଣ ପାଇଁ ଆଉ କାହା ଉପରେ ନିର୍ଭର କରି ନାହାନ୍ତି ବରଂ କେତେଜଣ ବନ୍ଧୁ ଓ ଶୁଭେଚ୍ଛୁଙ୍କ ପରାମର୍ଶରେ ଅଟୋଟିଏ କରି ସେଇ ରୋଜଗାରରେ କଷ୍ଟେମଷ୍ଟେ ଚଳାଇଛନ୍ତି ସଂସାର ଗାଡ଼ି। ତେବେ ବିଡ଼ମ୍ବନା ହେଉଛି ତ୍ରୀନାଥଙ୍କ ଯୌଥ ପରିବାରରେ ୧୫ ସଦସ୍ୟଙ୍କ ମଧ୍ୟରୁ ଅନ୍ୟ ୬ ଜଣ ବି ତାଙ୍କ ଭଳି ଦିବ୍ୟାଙ୍ଗ । ହେଲେ ଦୁଃଖର ଏ ବିରାଟ ପାହାଡ଼ ଦେଖି ସେ କେବେ ପଛଘୁଞ୍ଚା ଦେଇ ନାହାନ୍ତି; ବରଂ ସବୁ କୋହ ଓ ଯନ୍ତ୍ରଣାକୁ ନିଜ ଭିତରେ ଚାପି ଭାଇଚାରାର ସହରରେ ଜଣେ ଭଲ ଅଟୋ ଚାଳକର ପରିଚୟ ପାଇଛନ୍ତି।

ଜୀବନର ଆରମ୍ଭରୁ ନିଜ ଅକ୍ଷମତାକୁ କେବେ ବୋଝ ନଭାବି ଅନ୍ୟ ସାଧାରଣ ବ୍ୟକ୍ତିଙ୍କ ଭଳି ସ୍ୱଚ୍ଛନ୍ଦରେ ଜୀବନ ଜିଇଁବାର କଳାରେ ସିଦ୍ଧହସ୍ତ ଏ ଦୁହେଁ। ଅନେକଙ୍କ ପାଇଁ ଉଦାହରଣ ନିଶ୍ଚୟ।

ଦେଖନ୍ତୁ ଏହି ଭିଡ଼ିଓ –

ଆହୁରି ପଢ଼ନ୍ତୁ

ଭଜନ ପ୍ରେମରେ ଭାଲୁ: ଶିକାରକୁ ଛାଡ଼ି ପ୍ରସାଦ ଖାଉଛନ୍ତି

୭ ବର୍ଷର ପ୍ରେମ ସମ୍ପର୍କ ପରେ ସାତ ଜନ୍ମର ସାଥୀ ହେଲେ

କାହିଁକି ମନ୍ଦିର ଭାଙ୍ଗୁଥିଲା କଳାପାହାଡ଼

ଓଡ଼ିଆ ପୁଅ ଅବିନାଶ ମାଷ୍ଟର୍‌ସେଫ୍‌ ଇଣ୍ଡିଆ ସିଜନ୍‌ ୬ ବିଜେତା

ପ୍ରତୀକ୍ଷା ଓ ଜଗା ଏକ ସଫଳ ପ୍ରେମକାହାଣୀର ଉଦାହରଣ

କଞ୍ଚା ମାଛ ଓ ପନିପରିବା ଏମିତିକି ନିଆଁ ଖାଇଯାଉଥିବା ‘ସର୍ବଗିଳା ମଣିଷ’ ରଞ୍ଜନ କୁମାର

କର୍ତ୍ତବ୍ୟନିଷ୍ଠ ଓ ସେବା ପରାୟଣ ଏହି ମଣିଷଙ୍କୁ ସାଲ୍ୟୁଟ୍

ESA ଏବଂ NASAର ଐତିହାସିକ ମିଶନ; ଖୁବ୍‌ ଶୀଘ୍ର ଆସିବ ସୂର୍ଯ୍ୟର ଫଟୋ

ଭାଲେଣ୍ଟାଇନ୍ସ ଡେ’ରେ ହେବନି ମହାରଥୀଙ୍କ ଝିଅ ବାହାଘର

ପ୍ରୀତିର ବନ୍ଧନେ ସାର୍ଥକ ସ୍ୱପ୍ନ , ଏଇ ବୋଧେ ପ୍ରେମ …

ଚର୍ଚ୍ଚାରେ ସ୍ୱାସ୍ଥ୍ୟସେବା : ମିଛ ଡାକ୍ତରଙ୍କ ଜାଲରେ ଗାଁ ମଣିଷ

ଗୁଜରାଟ୍ ସିଂହ ଓ ସିଂହୀର ଏପରି ପ୍ରେମ କାହାଣୀ କେବେ ଶୁଣି ନଥିବେ

You might also like