ଫୋନ୍‌ରେ କରୋନା ଯୋଦ୍ଧାଙ୍କୁ ଅଶାଳୀନ ବ୍ୟବହାର ଅଭିଯୋଗ

ବାଲେଶ୍ୱର: ବାଲେଶ୍ୱରରେ ଜଣେ କରୋନା ଯୋଦ୍ଧା ନର୍ସଙ୍କୁ ଅଶାଳୀନ ବ୍ୟବହାର ଅଭିଯୋଗରେ ପୁଲିସ୍‌ ୨ଜଣଙ୍କୁ ଅଟକ ରଖିଛି। ଅଟକ ଦ୍ୱୟ ବାଲେଶ୍ୱର ଜିଲ୍ଲା କୋଭିଡ୍‌ ହସ୍ପିଟାଲରେ କାର୍ଯ୍ୟରତ ଜଣେ ମ୍ୟାନେଜର୍‌ ଓ ଫାର୍ମାସିଷ୍ଟ୍‌।

ସୂଚନା ଅନୁସାରେ, ସମ୍ପୃକ୍ତ ମ୍ୟାନେଜର୍‌ ଓ ଫାର୍ମାସିଷ୍ଟ୍ ହସ୍ପିଟାଲ୍‌ରେ କାର୍ଯ୍ୟରତ ଜଣେ ଷ୍ଟାଫ୍‌ ନର୍ସଙ୍କୁ ଫୋନ୍‌ରେ ଅଶାଳୀନ ବ୍ୟବହାର କରିଥିଲେ। ଏ ନେଇ ସମ୍ପୃକ୍ତ ନର୍ସ ଜଣକ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ନର୍ସଙ୍କ ଅଭିଯୋଗ ପରେ ବାଲେଶ୍ୱର ସଦର ପୁଲିସ୍ ସମ୍ପୃକ୍ତ‌ ମ୍ୟାନେଜର୍‌ ଓ ଫାର୍ମାସିଷ୍ଟ୍‌ଙ୍କୁ ଅଟକ ରଖିଛି।

ଛୁଟି ନ ଦେବାରୁ ସଂପୃକ୍ତ ନର୍ସ ଜଣକ ମିଛ ଅଭିଯୋଗ କରିଥିବା ପାଲଟା ଅଭିଯୋଗ ଆଣିଛନ୍ତି କୋଭିଡ ହସ୍ପିଟାଲର ମ୍ୟାନେଜର।

ପ୍ରକୃତରେ ଘଟଣା କ’ଣ ପୁଲିସ୍‌ ଏହାର ତଦନ୍ତ ଆରମ୍ଭ କରିଛି।

You might also like