• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

କେନ୍ଦ୍ରାପଡ଼ା: ଦୁର୍ଗାପୂଜା ଭସାଣି ଦେଖି ଘରକୁ ଫେରୁଥିବା ବେଳେ ଧକ୍କା ଦେଲା ଅଜଣା ଗାଡ଼ି। କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା କୋରୁଆ ତିକନପୁର ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୨ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ପନ୍ଦିଆ ଗାଁର ରାଜନ ସୂତାର ଓ ପିଣ୍ଟୁ ପଟ୍ଟନାୟକ।

ମିଳିଥିବା ସୂଚନା ଅନୁସାରେ, ରାଜନ ଓ ପିଣ୍ଟୁ କଳାବୁଦାରେ ହେଉଥିବା ଦୁର୍ଗାପୂଜା ଭସାଣି ଦେଖି ବାଇକ୍‌ରେ ଘରକୁ ଫେରୁଥିଲେ। ଭଦକମଳ ନିକଟରେ ଏକ ଅଜଣା ଗାଡ଼ି ପଛପଟୁ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଦୁହେଁ ବାଇକରୁ ଛିଟିକି ପଡ଼ିଥିଲେ।

ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ଦୁହିଁଙ୍କୁ ଉଦ୍ଧାର କରି ପାଟକୁରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ତେବେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

ପାଟକୁରା ଥାନା ପୁଲିସ୍‌ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Two-dead-after-the-bike-collides-with-another-vehicle
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories