ବାର୍‌ହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍‌ ତାର ଲାଗି ୨ ବାଇକ୍‌ ଆରୋହୀ ମୃତ

ଢେଙ୍କାନାଳ: ବାର୍‌ହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍‌ ତାର ଲାଗି ୨ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଅଧୀନ ରକଲା ମାଳିସାହିରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି। ମୃତ ବ୍ୟକ୍ତି ଦ୍ୱୟ ହେଲେ ଜ୍ୟୋତିଷ ଚନ୍ଦ୍ର ନାୟକ ଓ ଶୁକଦେବ ନାୟକ। ଏ ଦୁହେଁ ସଂପର୍କରେ ଶଳା-ଭିଣୋଇ ବୋଲି ଜଣାପଡ଼ିଛି।

ଜ୍ୟୋତିଷ ଓ ଶୁକଦେବ ଟେଣ୍ଟୋଲେଇରୁ ପୁଷ ପୁର୍ଣ୍ଣିମା ଯାତ୍ରା ଦେଖି ଫେରୁଥିବା ବେଳେ ବାର୍‌ହା ଶିକାର ପାଇଁ ରାସ୍ତା କଡ଼ରେ ବିଛା ଯାଇଥିବା ବିଦ୍ୟୁତ୍ ତାରରେ ଏମାନଙ୍କର ବାଇକ୍‌ ଛନ୍ଦି ହୋଇଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଦୁହିଁଙ୍କର ମୃତ୍ୟୁ ଘଟିଥିଲା।

ପୁଲିସ୍ ଘଟଣାର ତଦନ୍ତ କରୁଛି।

You might also like