ବିଷାକ୍ତ ଛତୁ ଖାଇ ୨ ମୃତ, ୨ଗୁରୁତର

ମୟୂରଭଞ୍ଜ: ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି। ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ କଇଁଫୁଲିଆ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି।

ମୃତକ ଦୁଇଜଣ ହେଲେ ଦିଅର ଭାଉଜ। ଗୁରୁତର ୨ଜଣଙ୍କୁ ବେତନଟୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ଗତକାଲି ଛତୁ ଖାଇବା ପରେ ସମସ୍ତେ ଅସୁସ୍ଥ ଅନୁଭବ କରିଥିଲେ।

ପ୍ରଥମେ ଦିଅର ପରେ ଭାଉଜଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାର ସ୍ଥିତି ଅନୁଧ୍ୟାନ କରିବାପାଇଁ କଇଁଫୁଲିଆ ଗାଁରେ ଏକ ଡାକ୍ତରୀ ଟିମ୍ ପହଞ୍ଚିଛି।

 

You might also like