ଭୁବନେଶ୍ୱର: ଆଇନଜୀବୀଙ୍କୁ ଆବଶ୍ୟକୀୟ ସୁବିଧା ସୁଯୋଗ ଯୋଗାଇଦେବା ଦାବିରେ ଆସନ୍ତା ୧୧ ଏବଂ ୧୨ ତାରିଖରେ ରାଜ୍ୟର ସମସ୍ତ ଆଇନଜୀବୀ ପ୍ରତିବାଦ ସଭା କରିବେ।
୧୧ ତାରିଖରେ ସମସ୍ତ ବାର୍ ଆସୋସିଏସନର ସଦସ୍ୟ ସ୍ଥାନୀୟ କୋର୍ଟ ସମ୍ମୁଖରେ ଏକତ୍ରିତ ହୋଇ ପ୍ରତିବାଦ ସଭା କରିବେ। ଏଥିସହ ଦାବି ପତ୍ର ସ୍ଥାନୀୟ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ପ୍ରଦାନ କରିବେ।
ସେହିପରି ୧୨ ତାରିଖରେ ରାଜ୍ୟର ସମସ୍ତ ଆଇନଜୀବୀ ରାଜଧାନୀର ସିଭିଲ୍ ବାର୍ ଆସୋସିଏସନ୍ରେ ଏକାଠି ହୋଇ ରାଜଭବନ ଯିବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟପାଳଙ୍କୁ ଭେଟି ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରାଯିବ। ଏନେଇ ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ କଟକରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି।