ଆସ୍କାରେ ପୁଲିସ ଏନକାଉଣ୍ଟର

ଆସ୍କା : ଆସ୍କାରେ ପୁଲିସ ଏନକାଉଣ୍ଟର। ଆସ୍କା ଥାନା ପଲ୍ଲୀମାଳ ରାସ୍ତାରେ ପୁଲିସ ଏନକାଉଣ୍ଟରରେ ଦୁଇ ଅପରାଧୀ ଆହତ ହୋଇଛନ୍ତି। ସେମାନେ ହେଲେ କୃଷ୍ଣ ଜେନା ଓ ସୁନୀଲ ଜେନା।

ଉଭୟଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଛି। ଆହତ ଦୁଇଜଣଙ୍କୁ ଆସିକା ଡାକ୍ତରଖାନାରେ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏମାନେ ଦୁଇ ଭାଇ ବୋଲି କହିଛି ପୁଲିସ। ଏମାନଙ୍କ ବିରୋଧରେ ଏକ ହତ୍ୟା ଅଭିଯୋଗ ରହିଛି।

ଡିସେମ୍ବର ୩୧ତାରିଖରେ ଖାରିଆ ସରପଞ୍ଚଙ୍କ ଭାଇ ତଥା ବିଜେଡି ନେତା ବାହାନ ଲେଙ୍କାଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପର ଠାରୁ ପୁଲିସ ଏମାନଙ୍କ ପିଛା କରୁଥିଲା। ତେବେ ଆଜି ପୁଲିସ କୌଣସି ସୂତ୍ରରୁ ଖବର ପାଇ ପଲ୍ଲୀମାଳ ରାସ୍ତାରେ ପୁଲିସ ଏମାନଙ୍କୁ ପିଛା କରିବା ବେଳେ ଉଭୟ ପୁଲିସ ଉପରକୁ ପ୍ରଥମେ ଗୁଳି ଚଳାଇଥିଲେ।

ତେବେ ପୁଲିସର ପାଲଟା ଆକ୍ରମଣରେ ଉଭୟ ଆହତ ହେବା ପରେ କାବୁ ହୋଇଥିଲେ। ପୁଲିସ ଏମାନଙ୍କ ଠାରୁ ଗୋଟିଏ ମୋଟର ସାଇକଲେ, ୨ଟି ପିସ୍ତଲ, ୫ଟି ଗୁଳି ଓ ୧୭ ହଜାର ଟଙ୍କା ଜବତ କରିଛି।

You might also like