କରୋନା ବିଜୟୀ ହେଲେ ଦୁଇ କରୋନା ଯୋଦ୍ଧା

କୋଣାର୍କ (ସଞ୍ଜୟ ପତି): କରୋନା ଯୁଦ୍ଧ ଲଢ଼ି ବିଜୟୀ ହୋଇଛନ୍ତି କୋଭିଡ୍ ଯୋଦ୍ଧା।  କୋଣାର୍କ ଅଗ୍ନିଶମ ବିଭାଗରେ କାର୍ଯ୍ୟରତ ଦୁଇ କରୋନା ଯୋଦ୍ଧାଙ୍କ ଆଗରେ ହାର୍ ମାନିଛି କରୋନା। ଏହି ଦୁଇ ବିଜୟୀ ହେଲେ କୋଣାର୍କ ଅଗ୍ନିଶମ ବିଭାଗର ଅଧିକାରୀ ଜ୍ୟୋତି ପ୍ରକାଶ ରଥ ଓ ଟ୍ରେନିଂ ଅଫିସର ତପନ କୁମାର ମହାନ୍ତି।  ଜ୍ୟୋତି ରଥଯାତ୍ରାରେ ଡ୍ୟୁଟିରେ ଯାଇଥିବାବେଳେ ଅନ୍ୟ ସହକର୍ମୀଙ୍କ ସହ ସେ କରୋନା ସଂକ୍ରମଣରେ ଅସୁସ୍ଥ ହୋଇପଡିଥିଲେ।
ପରେ ଭୁବନେଶ୍ୱରର ଏକ ଘରୋଇ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହୋଇ ସେ ସୁସ୍ଥ ହୋଇଛନ୍ତି। ଏବେ ସେ କାର୍ଯ୍ୟକ୍ଷେତ୍ରକୁ ଫେରି ସ୍ୱାଭାବିକ ଭାବେ ଦାୟିତ୍ୱ ର୍ନିବାହ କରୁଛନ୍ତି । ସେପଟେ କୋଣାର୍କ ଅଗ୍ନିଶମ ବିଭାଗର ଟ୍ରେନିଂ ଅଫିସର ତପନ କୁମାର ମହାନ୍ତି ମଧ୍ୟ କରୋନା ସଂକ୍ରମଣ ଜଣାପଡିବା ପରେ ବିଭାଗୀୟ କର୍ତ୍ତୃପକ୍ଷ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ କୋଭିଡ ହସ୍ପିଟାଲରେ ଭର୍ତ୍ତି କରିଥିଲେ।  ସେଠାରେ ସଫଳ ଚିକିତ୍ସା ପରେ ପୁଣି ଥରେ ସେ ନିଜ କର୍ମକ୍ଷେତ୍ରକୁ ଫେରି କାମ ଆରମ୍ଭ କରିଦେଇଛନ୍ତି।  ସମସ୍ତଙ୍କୁ ସରକାରୀ ଗାଇଡ୍ଲାଇନ୍ ମାନିବା ସହିତ ସଚେତନ ହେବାକୁ ଅନୁରୋଧ କରିଛନ୍ତି ଏହି ଦୁଇ କରୋନା ବିଜୟୀ।

 

ଆହୁରି ପଢ଼ନ୍ତୁ

୪୩.୫% କମିଛି ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା

ଆଜି ଅବପାତର ରୂପ ନେଇପାରେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ

ଇଞ୍ଜିନିୟର ଏବେ ଦିନ ମଜୁରିଆ; କୋଦାଳ ଧରି ମାଟି ବୋହିଲେ

ଜେଲ୍ ଗଲେ ସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ପ୍ରଧାନ; ଆୟର ୨୪୧% ଥିଲା ବେଆଇନ

କୋଭିଡ୍‌-୧୯ ସୁସ୍ଥ ହେବା ପରେ କ’ଣ କରିବେ, ପରାମର୍ଶ ଦେଲା ସ୍ୱାସ୍ଥ୍ୟ ବିଭାଗ

କରୋନାରୁ ସୁସ୍ଥ ହେଲେ ୨୭୧୬ ଜଣ ଆକ୍ରାନ୍ତ

ରକ୍ତମୁଖା ପଡ଼ୋଶୀର ବିଭତ୍ସ କାଣ୍ଡ; ରକ୍ତରେ ଭିଜିଲା ଘର ଓ ଜମି

ଆସନ୍ତାକାଲି ସନ୍ଧ୍ୟା ୬ଟାରୁ ୬ଟା ୧୫ ମିନିଟ୍‌ ଯାଏଁ ବିଜୁଳି ନଜାଳିବାକୁ ଆହ୍ୱାନ

ଭାଙ୍ଗିଯାଇଛି ପୋଲ, ସମସ୍ୟାରେ ୬ଟି ଗାଁ

ନିଲମ୍ବିତ ହେଲେ ଗୁଣପୁର ତହସିଲଦାର

ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ୱେଲ୍ ମାର୍କରେ ପରିଣତ

ପଥର ଖାଦାନରେ ଚାଲାଣକୁ ନେଇ ମୁହାଁମୁହିଁ ପେସା ଓ ସିପିଆଇଏମ୍

You might also like