କଳାହାଣ୍ଡି: ମାଓବାଦୀଙ୍କ ଟାର୍ଗେଟରେ ଏବେ ଠିକାଦାର। ଦୁଇ ଦିନରେ ଦୁଇ ଜଣ ଠିକାଦାରଙ୍କୁ ହତ୍ୟା କଲେଣି ମାଓବାଦୀ। ଗତକାଲି କଳାହାଣ୍ଡି ଜିଲ୍ଲା ବିଜେପୁର ଥାନା ମାଲିପଡ଼ା ସାପ୍ତାହିକୀ ହାଟରେ ଠିକାଦାର ରାଜେନ୍ଦ୍ର ସାହୁଙ୍କୁ ହତ୍ୟା କରିବା ପରେ ପୁଣି ସେଇ ରାତିରେ ଲାଞ୍ଜିଗଡ଼ ବ୍ଲକ୍ ବିଶ୍ୱନାଥପୁର ଥାନା ବାବୁପଦର ଗାଁର ଜଣକୁ ହତ୍ୟା କରିଛନ୍ତି ମାଓବାଦୀ। ମୃତକ ହେଲେ ଭୀମ ଦୋରା।
ମାଓବାଦୀମାନେ ଭୀମଙ୍କୁ ଡୁକରିଗୁଡ଼ାରେ ଗୁଳି କରି ହତ୍ୟା କରିଛନ୍ତି। ଭୀମ ପେଷାରେ ଜଣେ ଠିକାଦାର ଥିଲେ। ଏହାକୁ ମିଶାଇ ଦୁଇ ଦିନରେ ୨ ଜଣ ଠିକାଦାରଙ୍କୁ ହତ୍ୟା କଲେଣି ଲାଲ୍ ବାହିନୀ।
ଗତକାଲି ନକ୍ସଲମାନେ କଳାହାଣ୍ଡି ଜିଲ୍ଲା ବିଜେପୁର ଥାନା ଅନ୍ତର୍ଗତ ମାଲିପଡ଼ା ସାପ୍ତାହିକୀ ହାଟରେ ରାଜେନ୍ଦ୍ର ସାହୁ ନାମକ ଜଣେ ଠିକାଦାରଙ୍କୁ ଗୁଳି କରି ହତ୍ୟା କରିଥିଲେ । ପୂର୍ବରୁ ରାଜେନ୍ଦ୍ରଙ୍କୁ ନକ୍ସଲମାନେ ଧମକ ଦେଇଥିଲେ। ଏପରିକି ଠିକା କାମରେ ନିୟୋଜିତ ତାଙ୍କର ସମସ୍ତ ସାମଗ୍ରୀକୁ ଜାଳି ଦେଇଥିଲେ।