ଜଳିଗଲା ଦୁଇଟି ବସ୍‌

ଢେଙ୍କାନାଳ: ହୁତୁହୁତୁ ହୋଇ ଜଳିଗଲା ବସ୍‌। ଢେଙ୍କାନାଳ ଜିଲ୍ଲା କାଲ୍‌ଟେକ୍ସ ଛକ ନିକଟରେ ୨ଟି ବସ୍‌ ଜଳି ଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ମିଳିଥିବା ସୂଚନା ଅନୁସାରେ, ଅନେକ ଦିନ ହେଲା ଏଠାରେ ଅଚଳ ଅବସ୍ଥାରେ ପଡ଼ି ରହିଥିବା ଏହି ୨ଟି ବସ୍‌ରେ ଆଜି ନିଆଁ ଲାଗି ଯାଇଥିଲା।  ବସ୍‌ରେ ନିଆଁ ଲାଗି ଯାଇଥିବା ଦେଖି ସ୍ଥାନୀୟ ଲୋକେ ପୁଲିସ୍‌କୁ ଖବର ଦେଇଥିଲେ।

ତେବେ କେଉଁ କାରଣରୁ ବସ୍‌ରେ ନିଆଁ ଲାଗିଲା ତାହା ଜଣାପଡ଼ି ନାହିଁ। ଟାଉନ ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

You might also like