ଦୁଇ ଭାଇଙ୍କୁ ହାଣିଲେ ପଡ଼ୋଶୀ

ଜଳେଶ୍ୱର: ଦୁଇ ଭାଇଙ୍କୁ ହାଣିଲେ ପଡ଼ୋଶୀ। ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ୍‌ ଅନ୍ତର୍ଗତ କଚୁଆପଡ଼ାରେ ଏହି ଅଭାବନୀୟ ଘଟଣା ଘଟିଛି। ରାସ୍ତା ମରାମତିକୁ କେନ୍ଦ୍ର କରି ୨ ଭାଇଙ୍କୁ ପଡ଼ୋଶୀ କୋଦାଳରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ଏଥିରେ ୨ ଭାଇ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଆକ୍ରମଣ କରିଥିବା ଅଭିଯୁକ୍ତ ପଡୋଶୀ ପ୍ରଶାନ୍ତ ବେହେରା ବୋଲି ଜଣାପଡ଼ିଛି। ସେ ଫେରାର ଅଛନ୍ତି।

ପୁଲିସ୍‌ ଘଟଣାର ତଦନ୍ତ କରୁଛି।

ରାସ୍ତାରେ ପାଣି ଜମୁ ଥିବାରୁ ଇଟା ଗୁଣ୍ଡ ପକାଇବା ବେଳେ ଏହି ଦୁଇ ଭାଇ ପଡ଼ୋଶୀ ଆକ୍ରମଣର ଶିକାର ହୋଇଥିଲେ।

ଆହୁରି ପଢ଼ନ୍ତୁ

You might also like