ସାପ କାମୁଡ଼ାରେ ଦୁଇ ଭାଇଙ୍କ ମୃତ୍ୟୁ

ପଟ୍ଟାମୁଣ୍ଡାଇ: ସାପ କାମୁଡ଼ାରେ ଦୁଇ ଭାଇଙ୍କ ମୃତ୍ୟୁ। କେନ୍ଦ୍ରାପଡ଼ା ଜିଲ୍ଲା ମୁଳୁବସନ୍ତ ପଞ୍ଚାୟତର ବନ୍ଧସାହି ଗାଁରେ ଏହି ଦୁଃଖଦ ଘଟଣା ଘଟିଛି। ମୃତ ଦୁଇ ଭାଇ ହେଲେ ଉଦୟଭାନୁ ସାହୁ (୧୩) ଓ କୃତିବାସ ସାହୁ (୭)।

ଗତକାଲି ରାତିରେ ଘରେ ଶୋଇଥିବା ବେଳେ ଦୁଇ ଭାଇଙ୍କୁ ସାପ କାମୁଡ଼ି ଦେଇଥିଲା। ଉଭୟଙ୍କୁ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରୁ କଟକ ସ୍ଥାନାନ୍ତର ବେଳେ ରାସ୍ତାରେ ଉଭୟଙ୍କର ମୃତ୍ୟୁ ହୋଇଥିଲା।

You might also like