ଭାରତ ଭ୍ରମଣ ନିଶାରେ ଦୁଇ ଭାଇ, ବୁଲି ସାରିଲେଣି ୧୦ ରାଜ୍ୟ

ପୁରୀ: ସାଇକେଲରେ ଭାରତଭ୍ରମଣରେ ବାହାରିଛନ୍ତି ଦୁଇଭାଇ। ମଧ୍ୟପ୍ରଦେଶର ଗୁଆଲିୟରରୁ ଡିସେମ୍ବର ୩୦ତାରିଖରୁ ଦୁଇ ଭାଇ ଗୌତମ୍ ଏବଂ ପାରସ୍ ତାଙ୍କର ଭାରତଭ୍ରମଣ ଅଭିଯାନ ଆରମ୍ଭ କରିଛନ୍ତି। ଦୁଇ ମାସ ଭିତରେ ଦୀର୍ଘପଥ ଅତିକ୍ରମ କରି ଆଜି ଓଡିଶାର ପୁରୀରେ ପହଞ୍ଚି ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ଆର୍ଶୀବାଦ ନେଇଛନ୍ତି। ଓଟିଭିକୁ ପ୍ରତିକ୍ରିୟାରେ କହିଛନ୍ତି ଯେ ୧୦ଟି ରାଜ୍ୟ ଅତିକ୍ରମ କରି ୧୧ ତମ ରାଜ୍ୟ ଓଡିଶାରେ ପହଞ୍ଚିଛନ୍ତି।

pollution free India, fit indiaର ବାର୍ତ୍ତା ବହନ କରି ଦୁଇ ଭାଇ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ,ଦିଲ୍ଲୀ, ହରିଆନା, ଚଣ୍ଡିଗଡ, ହିମାଚଳ ପ୍ରଦେଶ, ଉତ୍ତାରଖଣ୍ଡ,ପଶ୍ଚିମବଙ୍ଗ ଆଦି ଭ୍ରମଣ କରିସାରିଛନ୍ତି। ବିଭିନ୍ନ ସ୍ଥାନରେ ଲୋକମାନଙ୍କ ସହ ସାକ୍ଷାତକରି ସ୍ୱାସ୍ଥ୍ୟ ହିଁ ସମ୍ପଦର ବାର୍ତ୍ତା ଦେଇଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି, ଖରା, ବର୍ଷା ଓ ଶୀତ କାକରକୁ ଖାତିର ନକରି ସ୍ୱାସ୍ଥ୍ୟ ହିଁ ସମ୍ପଦର ବାର୍ତ୍ତା ଦେଇଚାଲିଛନ୍ତି। କଟକ ଓ ଭୁବନେଶ୍ୱରରେ ଅସହ୍ୟ ଗରମ ହେଉଥିଲେ ବି ତାହାକୁ ଖାତିର ନକରି ନିଜ ମିଶନ୍‌କୁ ଆଗେଇ ନେଇ ଚାଲୁଛନ୍ତି।

୧୦ଟି ରାଜ୍ୟ ଅତିକ୍ରମ କରି ୧୧ ତମ ରାଜ୍ୟ ଓଡିଶାରେ ପହଞ୍ଚିଛୁ। ଲୋକ ଆମେ କଥା ହେଉଛୁ। ସେମାନେ ଆମର ବାର୍ତ୍ତାକୁ ବୁଝିପାରୁଛନ୍ତି। ସ୍ଥାନେ ସ୍ଥାନେ ସମସ୍ୟା ଦେଖାଯାଉଛି। ଆମ ଦୁଇ ଭାଇ ମଧ୍ୟରୁ ଜଣେ ବିଟେକ୍‌ ଓ ଆଉ ଜଣେ ବିଏସ୍‌ସି ପଢୁଛନ୍ତି।  ପାଠପଢା ସମୟରେ ଭାରତ ଭ୍ରମଣ ପାଇଁ ବହୁତ ଇଚ୍ଛା ହୋଇଥିଲା। ଏଥିପାଇଁ ଅଧିକ ଖର୍ଚ୍ଚ ଆବଶ୍ୟକ। ସେଥିପାଇଁ ଆମେ ସାଇକେଲ୍‌ରେ ବୁଲିବା ଆରମ୍ଭ କରିଦେଲୁ। ୨୦ ହଜାର କିମି ଯାତ୍ରା କରିବାରୁ ଆମେ ଲକ୍ଷ ରଖିଛୁ।  ଆମେ ଲୋକଙ୍କୁ ଏହା ସଚେତନ କରିବାକୁ ଚାହୁଁଛୁ ଯେ ନିଜକୁ ଫିଟ୍‌ ରହିବାକୁ ହେଲେ ପରିଶ୍ରମ କରନ୍ତୁ। ପାଖକୁ କୌଣସି ଯାତ୍ରା କରିବାର ଥିଲେ ସାଇକେଲ୍‌ରେ ଯାଆନ୍ତୁ। ଏହାଦ୍ୱାରା ପରିବେଶ ପ୍ରଦୂଷଣମୁକ୍ତ ରହିବ। ଆମେ ଆମ ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିବା ସହ ଫିଟ୍‌ ଇଣ୍ଡିଆ ମିଶନ୍‌ ସଫଳ କରିହେବ।
-ଗୌତମ ଶର୍ମା

—————

ଆମେ ମଧ୍ୟପ୍ରଦେଶରୁ ହିଁ ଆମେ ଯାତ୍ରା ଆରମ୍ଭ କରିଥିଲୁ। ଦେଶର ବିଭିନ୍ନ ରାଜ୍ୟର ଗାଁ ଓ ପ୍ରମୁଖ ସହରକୁ ଯାଇ ସ୍ୱାସ୍ଥ୍ୟ ସମ୍ପର୍କରେ ସଚେତନ କରୁଛୁ।  ବିଭିନ୍ନ ଭାଷା ବୁଝିବା କଷ୍ଟ ହେଲେ ଆମେ ସହଜରେ ତାଙ୍କ କଥା ବୁଝିପାରୁଛୁ। ଏହି ଆଳରେ ଆମେ ଅନେକ କଥା ଶିଖିଆସିଛୁ। ଏମିତିକି ରାତିରେ ଯେଉଁ ଢାବାରେ ଖାଉ, ସେଇଠି ହିଁ ଶୋଇପଡୁ। 
-ପାରସ ତ୍ୟାଗୀ
You might also like