ପୋଖରୀରେ ବୁଡ଼ି ଗଲେ ଦୁଇ ବାଳକ

ଜଗତସିଂହପୁର: ପୋଖରୀରେ ଗାଧୋଉଥିବା ବେଳେ ବୁଡ଼ି ଯାଇ ଦୁଇ ଜଣ ବାଳକଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ସରୋଜ ବିଶ୍ୱାଳଙ୍କ ପୁଅ ଓମ୍‌ ବିଶ୍ୱାଳ ଓ ପ୍ରତାପ ରାଉତଙ୍କ ପୁଅ ଆର୍ଯ୍ୟ ସୁମନ ରାଉତ। ଜଗତସିଂହପୁର ଜିଲ୍ଲାର ବାଲିକୁଦା ବ୍ଲକ୍ ଅନ୍ତର୍ଗତ ସିଙ୍ଗିରି ଗାଁରେ ଆଜି ଏହି ଦୁଃଖଦ ଘଟଣା ଘଟିଛି।

ଓମ୍ ସଙ୍ଗିରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀରେ ପଢୁଥିଲେ। ଆର୍ଯ୍ୟ ତୃତୀୟ ଶ୍ରେଣୀରେ ପଢ଼ୁଥିଲେ।

ଦୁଇ ଜଣ ଯାକ ଆଜି ସକାଳ ପ୍ରାୟ ୯ଟା ବେଳେ ପୋଖରୀକୁ ଗାଧୋଇବାକୁ ଯାଇ ଆଉ ଫେରି ନଥିଲେ। ଖୋଜାଖୋଜି କରିବା ପରେ ପୋଖରୀରୁ ଉଭୟଙ୍କ ମୃତଦେହ ମିଳିଥିଲା।

ସେମାନଙ୍କୁ ଉଦ୍ଧାର କରାଯାଇ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

 

You might also like