ସାକ୍ଷୀପଡା ହତ୍ୟା ମାମାଲରେ ୨ ଗିରଫ
ସମ୍ବଲପୁର: ସମ୍ବଲପୁର ସାକ୍ଷୀପଡ଼ା ହତ୍ୟା ମାମଲାରେ ୨ ଅଭିଯୁକ୍ତ ଗିରଫ। ଅନ୍ୟ ଅଭିଯୁକ୍ତମାନେ ଏବେବି ଫେରାର ଥିବାରୁ ସେମାନଙ୍କୁ ଧରିବାକୁ ଛାନଭିନ ଜାରି ରଖିଛି ପୋଲିସ। ୩ଟି ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି। ଗତ ମଙ୍ଗଳବାର ରାତିରେ ସାକ୍ଷୀପଡ଼ାରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା।
ସାମାନ୍ୟ ବଚସାକୁ କେନ୍ଦ୍ର କରି ବିଜୟ ନାୟକ ନାମକ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଅଭିଯୁକ୍ତଙ୍କୁ ଗିରଫ ଦାବିରେ ପୂର୍ବରୁ ଧନୁପାଲି ଥାନା ଘେରାଉ କରିବା ସହ ରାସ୍ତା ଅବରୋଧ କରିଥିଲେ ମୃତକଙ୍କ ସଂପର୍କୀୟ।