ବାଲେଶ୍ୱରରେ ଦୁଇ ବର୍ଷର ଶିଶୁ କରୋନା ଆକ୍ରାନ୍ତ !

ବାଲେଶ୍ୱର: ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ୭ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୨ ବର୍ଷର ଶିଶୁ ଅଛନ୍ତି। ଏହି ୨ ବର୍ଷର ଶିଶୁ ଜଣକ ବାଲେଶ୍ୱର ଜିଲ୍ଲାର ବୋଲି ଜଣାପଡ଼ିଛି।  ଏ ନେଇ ବାଲେଶ୍ୱର ଜିଲ୍ଲାପାଳ ଟ୍ୱିଟ କରି ସୂଚନା ଦେଇଛନ୍ତି।

ଏହି ଆକ୍ରାନ୍ତଙ୍କ ଘର ନୀଳଗିରି ବରହମପୁର ଥାନା ଅଞ୍ଚଳରେ ବୋଲି ନୀଳଗିରି ଉପଜିଲ୍ଲାପାଳ ହରିଶଚନ୍ଦ୍ର ଜେନା ସୂଚନା ଦେଇଛନ୍ତି। ସେ କହିଛନ୍ତି, ୧୬ ତାରିଖରେ ଝିଅର ସାମ୍ପଲ୍ ନିଆଯାଇଥିଲା । ତାହାର ରିପୋର୍ଟ ଆଜି ଆସିଛି । ଏବେ ସଂପୃକ୍ତ ପରିବାରକୁ କ୍ୱାରେଣ୍ଟାଇନରେ ରଖାଯାଇଛି।   ସଂପୃକ୍ତ ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଜୋନ କରିବା ପାଇଁ ପ୍ରକ୍ରିୟା ଚାଲୁ ରହିଥିବା ପ୍ରଶାସନ ସୂଚନା ଦେଇଛି।

ଉପଜିଲ୍ଲାପାଳଙ୍କ କହିବା ଅନୁଯାୟୀ ବରହମପୁର ଅଞ୍ଚଳର ରିଗିଡ ହାମଲେଟ ଗାଁରେ ଜଣେ ପଜିଟିଭ ବାହାରିବା ପରେ ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ କରିବା ପାଇଁ ଯୋଜନା ଚାଲିଛି।  ଏହି ପରିବାର ଗରିବା ହୋଇଥିବାରୁ ଜିଲ୍ଲାପାଳ ତାଙ୍କୁ ୧୦ ହଜାର ଟଙ୍କା ସହାୟତା ଯୋଗାଇ ଦେଇଛନ୍ତି। ସେମାନଙ୍କୁ ଡାକ୍ତରଖାନା ନେବ ପାଇଁ ବ୍ୟବସ୍ଥା କରାଯାଇଛି।

ସୂଚନାଥାଉ କି, ଆଜି ରାଜ୍ୟରୁ ୭ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏମାନଙ୍କ ମଧ୍ୟରୁ ୫ ଜଣ ଭଦ୍ରକର ଥିବାବେଳେ ୨ ଜଣ ବାଲେଶ୍ୱରର ଥିଲେ। ଏହି ୨ ବର୍ଷର ଶିଶୁକନ୍ୟାଙ୍କ ସହ ବାଲେଶ୍ୱରରୁ ଜଣେ ୩୨ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ମଧ୍ୟ ଆଜି ଚିହ୍ନଟ କରାଯାଇଛି।

 

You might also like