• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ନୀଳଗିରି: ଭଡ଼ା ନେବା କଥାକୁ କେନ୍ଦ୍ର କରି ହସ୍ପିଟାଲ୍‌ ପରିସର ପାଲଟିଲା ରଣକ୍ଷେତ୍ର। ମାର୍‌ପିଟ୍‌ ସହ ମୁଣ୍ଡଫଟା ଫଟି ତାହା ବି ପୁଣି ହସ୍ପିଟାଲ ପରିସରରେ। ଏଭଳି କିଛି ଅଭାବନୀୟ ଦୃଶ୍ୟ ବାଲେଶ୍ୱର ଜିଲ୍ଲା ନୀଳଗିରି ମେଡିକାଲ ପରିସରରେ ଦେଖିବାକୁ ମିଳିଛି। ହସ୍ପିଟାଲ୍‌ରୁ ଜଣେ ରୋଗୀ ଡିସ୍‌ଚାର୍ଜ ହେବାପରେ ଭଡ଼ାରେ ତାଙ୍କୁ ଘରେ ଛାଡ଼ିବା ପାଇଁ ଦୁଇ ଘରୋଇ ଆମ୍ବଲାନ୍ସ ଗାଡ଼ିର ମାଲିକ ଏବଂ ଡ୍ରାଇଭରଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ହୋଇଥିଲା।

ସୂଚନା ଅନୁସାରେ, ପେଟରେ ଯନ୍ତ୍ରଣା ହେବାରୁ ଶନିବାର ଦିନ ସନ୍ତରାଗଡିଆ ଅଞ୍ଚଳର ଜଣେ ବ୍ୟକ୍ତି ନୀଳଗିରି ଉପଖଣ୍ଡ ମେଡିକାଲ୍‌ରେ ଭର୍ତ୍ତି ହୋଇଥିଲେ। ଆଜି ସକାଳେ ସେ ଡିସ୍‌ଚାର୍ଜ ହେବାପରେ ସମ୍ପୃକ୍ତ ରୋଗୀଙ୍କ ପରିବାର ଲୋକ ତାଙ୍କୁ ଘରକୁ ନେବା ଳାଗି ଏକ ଘରୋଇ ଆମ୍ବୁଲାନ୍ସକୁ ଡାକିଥିଲେ। ୩୦୦ ଟଙ୍କାରେ କଥା ଛିଣ୍ଡିବା ପରେ ଅନ୍ୟଏକ ଆମ୍ବୁଲାନ୍ସ ୨୫୦ ଟଙ୍କାରେ ନେବା ଲାଗି ରାଜି ହୋଇଥିଲା। ଯାହାକୁ କେନ୍ଦ୍ରକରି ଦୁଇ ଘରୋଇ ଆମ୍ବଲାନ୍ସ ଗାଡ଼ିର ମାଲିକ ଏବଂ ଡ୍ରାଇଭରଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେବାସହ ମାର୍‌ପିଟ ହୋଇଥିଲା। ଏଥିରେ ଉଭୟ ପକ୍ଷ ଲୋକଙ୍କ ମୁଣ୍ଡ ଫାଟିଛି।

ଘଟଣାକୁ ନେଇ ରୋଗୀଙ୍କ ସମ୍ପର୍କୀୟ କହିଛନ୍ତି, ‘ରୋଗୀ ଡିସ୍‌ଚାର୍ଜ ହେବାପରେ ତାଙ୍କୁ ଘରକୁ ନେବା ଲାଗି ଗାଡ଼ି ଠିକ୍‌ କରି ସାରିଥିଲୁ ଓ ୩୦୦ ଟଙ୍କାରେ କଥା ଛିଣ୍ଡି ଥିଲା। ହେଲେ ଏହି ସମୟରେ ଅନ୍ୟ ଏକ ଗାଡ଼ିର ଡ୍ରାଇଭର ଆସି ଗାଡ଼ି ଡ୍ରାଇଭରଙ୍କୁ ପିଟିଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ମାର୍‌ପିଟ୍‌ ହୋଇଥିଲା।’

ସବୁଠାରୁ ବଡ଼ କଥା, ଏସବୁ ଘଟଣା ହସ୍ପିଟାଲ୍‌ ପରିସରରେ ହିଁ ଘଟିଥିଲା। ଯାହାକୁ ନେଇ ସାଧାରଣ ଲୋକ ନିନ୍ଦା କରିବା ସହ ମେଡିକାଲ୍‌ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

ସୂଚନାଥାଉ କି, ଥାନାଠୁ ମାତ୍ର ୫୦ ମିଟର ଦୂରରେ ମେଡିକାଲରେ କିଛିଦିନ ପୂର୍ବେ ଏସ୍‌ଡିଏମ୍‌ଓଙ୍କୁ ଦୁର୍ବ୍ୟବହାର ସହ ନୂଆ cabin ଗୃହ ଉଦ୍‌ଘାଟନର ନାମ ଫଳକ ଭାଙ୍ଗିବା ଘଟଣା ଓ ପୁଣିଥରେ ମେଡିକାଲ୍‌ ପରିସରରେ ଏଭଳି ଘଟଣାକୁ ନେଇ ରୋଗୀଙ୍କ ସୁରକ୍ଷାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ପଢନ୍ତୁ : ଆତ୍ମସମର୍ପଣ କଲା ଗ୍ୟାଙ୍ଗଷ୍ଟର ହାଇଦରର ସହଯୋଗୀ ସଲ୍ଲୁ

Two-ambulance-owners-scuffle-inside-nilagiri-hospital-premises
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories