• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ରାଉରକେଲା; ରାଉରକେଲା ଏୟାରପୋର୍ଟରେ ଥିବା ଦୁଇ ବିଦେଶୀ ବିମାନକୁ ନେଇ ଚର୍ଚ୍ଚା ଜୋରଦାର ହୋଇଛି।  ନ୍ୟୁଜିଲାଣ୍ଡର ଏହି ଦୁଇ ବିମାନ ଗତ ୧୦ ଦିନ ହେବ ବିମାନବନ୍ଦରରେ ଛିଡା ହୋଇଥିବା ଦେଖିବାକୁ ମିଳିଛି।  ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ,  ଓଡ଼ିଶା, ଝାରଖଣ୍ଡ, ଛତିଶଗଡ ଏବଂ ପଶ୍ଚିମବଙ୍ଗରେ ଜିଓଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ ପକ୍ଷରୁ ସର୍ବେକ୍ଷଣ ଲାଗି ଏକ କମ୍ପାନୀକୁ ନିଯୁକ୍ତ କରିଥିଲେ ।  ଉକ୍ତ କମ୍ପାନୀ ସର୍ଭେ ପାଇଁନ୍ୟୁଜିଲାଣ୍ଡରୁ ଏହି ଦୁଇଟି ସ୍ବତନ୍ତ୍ର ବିମାନ ଆଣିଥିଲେ।

ଗୋଟିଏ  ବିମାନ ୧୯ ତାରିଖରେ ଓହ୍ଲାଇଥିବା ବେଳେ ଅନ୍ୟଟି ୨୦ ତାରିଖରେ ରାଉରକେଲାରେ ଅବତରଣ କରିଥିଲା।  ପରେ କରୋନା ଯୋଗୁଁ ବିମାନରେ ଆସିଥିବା ନାଗରିକ ସ୍ୱଦେଶ ଫେରି ଯାଇଥିଲେ ।  RSP କର୍ତ୍ତୃପକ୍ଷ କହିଛନ୍ତି ଯେ, ସବୁ ବିଦେଶୀଙ୍କ ଡାକ୍ତରୀ ଯାଞ୍ଚ IGHରେ କରାଯାଇଥିଲା ଏବଂ ରିପୋର୍ଟ ନେଗେଟିଭ ଥିଲା । ଏ ବାବଦରେ ଜିଲ୍ଲା ପ୍ରଶାସନକୁ ମଧ୍ୟ ସୂଚନା ଦିଆଯାଇଛି ବୋଲି କହିଛନ୍ତି RSP କର୍ତ୍ତୃପକ୍ଷ ।

ତେବେ ସେମାନେ ଏହି ବିମାନକୁ ରାଉରକେଲାରେ କାହିଁକି ଛାଡି ଦେଇଗଲେ ତାକୁ ନେଇ ପ୍ରଶ୍ନ ଉଠିଛି ।

Two-air-craft-are-in-rourkela-airport
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories