କଲେଜ ଛାତ୍ରୀଙ୍କ ହତ୍ୟାକାଣ୍ଡରେ ଟ୍ୱିଷ୍ଟ ; ଭାଉଜ ହିଁ ହତ୍ୟାକାରୀ

ବାଲୁଗାଁ  : ଖୋର୍ଦ୍ଧା ବାଲୁଗାଁ ଥାନା ଗଙ୍ଗନଗର କଲେଜ ଛାତ୍ରୀଙ୍କ ହତ୍ୟାକାଣ୍ଡରେ ଟ୍ୱିଷ୍ଟ।  ପ୍ରେମ ପାଇଁ ନୁହେଁ ପାରିବାରିକ କଳହକୁ ନେଇ ଛାତ୍ରୀଙ୍କୁ ହତ୍ୟା କରିଛନ୍ତି ତାଙ୍କ ଭାଉଜ।  ଏଭଳି ଏକ ଚାଞ୍ଚଲ୍ୟକର ଘଟଣାର ପର୍ଦ୍ଦାଫାସ କରିଛନ୍ତି ଖୋର୍ଦ୍ଧା ଏସ୍‌ପି ଅଜୟ ପ୍ରତାପ ସ୍ୱାଇଁ ।

ହତ୍ୟାକାଣ୍ଡରେ ସଂପୃକ୍ତ ଛାତ୍ରୀଙ୍କ ଭାଉଜ କାବେରୀ ବେହେରାଙ୍କୁ ପୁଲିସ ଗିରଫ କରିଛି । ନଣନ୍ଦ ସହ ଗଣ୍ଡଗୋଳ ପରେ ପ୍ରତିଶୋଧପରାୟଣ ହୋଇ ଭାଉଜ ତାଙ୍କୁ ହତ୍ୟା କରିଛନ୍ତି।  ଛୁରିରେ ନଣନ୍ଦର ବେକକୁ କାଟି ହତ୍ୟା କରିଛନ୍ତି ଅଭିଯୁକ୍ତ ଭାଉଜ । ୧୩ ତାରିଖ ରାତିରେ ଦୁହିଁଙ୍କ ମଧ୍ୟରେ ବଚସାରୁ ଭାଉଜ ହତ୍ୟାକାଣ୍ଡ ଭିଆଇ ଥିବା ପୁଲିସ କହିଛି । ତେବେ ହତ୍ୟାକାଣ୍ଡକୁ ଭାଉଜ ପ୍ରେମର ରଙ୍ଗ ଦେଇ ଜଣେ ଯୁବକ ହତ୍ୟା କରିଥିବା କୁହାଯାଇଥିଲା । ସଂପୃକ୍ତ ଛାତ୍ରୀଙ୍କ ମାଆ ଗାଁର ଯୁବକଙ୍କ ନାଁରେ ଅଭିଯୋଗ କରିବା ପରେ ପୁଲିସ ଅଭିଯୁକ୍ତ ବିଭୁ ବେହେରାକୁ ଅଟକ ରଖିଥିଲା।

 

 

 

You might also like