ଝାରପଡ଼ା ଜେଲ ବୁଲି ସୁରକ୍ଷା ସ୍ଥିତି ଅନୁଧ୍ୟାନ କଲେ ପୁଲିସ କମିଶନର

ଭୁବନେଶ୍ୱର : ଝାରପଡ଼ା ଜେଲ ବୁଲି ସୁରକ୍ଷା ସ୍ଥିତି ଅନୁଧ୍ୟାନ କରିଛନ୍ତି ନୂଆ ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ। ଜେଲ କର୍ମଚାରୀଙ୍କ ଠାରୁ ରହୁଥିବା ଅପରାଧୀଙ୍କ ବିଷୟରେ ପଚାରି ବୁଝିଛନ୍ତି କମିଶନର।

ଅପରାଧୀମାନେ କେଉଁ ଅପରାଧ କରି ଜେଲରେ ଅଛନ୍ତି। କିଏ ଖଲାସ ହୋଇଛନ୍ତି, କିଏ ନୂଆ ଆସିଛନ୍ତି ଏବଂ  ଆଉ କେଉଁ କେଉଁ ଅପରାଧୀ ଜେଲରେ ଏବେ ଅଛନ୍ତି।  ସେମାନଙ୍କ ବିରୋଧରେ କେଉଁଭଳି ମାମଲା ରହିଛି।  ଏସବୁ ପଚାରି ବୁଝିଛନ୍ତି କମିଶନର।ଏପଟେ ଏହା ଏକ ସ୍ୱାଭାବିକ ପୁଲିସ ପରେଡ ପ୍ରକ୍ରିୟା ବୋଲି କହିଛନ୍ତି କମିଶନର ସୁଧାଂଶୁ ଷଡଙ୍ଗୀ।

You might also like