• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ଭୁବନେଶ୍ୱର: ରାଜ୍ୟରେ ଆଜି ସଂକ୍ରମିତଙ୍କ ସଂଖ୍ୟା ୧୨ ହଜାରରୁ କମି ୧୦ ହଜାରରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା କମିବାର ନାଁ ଧରୁନି। ଆଜି ରାଜ୍ୟରୁ ୨୨ ଜଣ କରୋନା ରୋଗୀ ଆଖି ବୁଜିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି।  ଆଜିର ତାଲିକାକୁ ମିଶାଇଲେ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୨,୩୩୫ ରେ ପହଞ୍ଚିଛି।

ରାଜ୍ୟରେ ଗତ କିଛି ଦିନ ଧରି କରୋନା ମୃତ୍ୟୁ ସଂଖ୍ୟା ୨୦ ପାଖାପାଖି ରହୁଛି। ଗତକାଲି ୧୯ ଜଣ କେରାନା ରୋଗୀ ଆଖିବୁଜିଥିବାବେଳେ ଆଜି ୨୨ ଜଣଙ୍କର ମୃତ୍ୟୁ ରାଜ୍ୟବାସୀଙ୍କ ଚିନ୍ତା ବଢାଇଛି। ବୌଦ୍ଧ, ଖୋର୍ଦ୍ଧା, କୋରାପୁଟ, ନୂଆପଡ଼ା, ରାୟଗଡା, ସୁନ୍ଦରଗଡରୁ ୩ ଜଣ ଲେଖାଏ ଆଖି ବୁଜିଛନ୍ତି। ସେହିପରି ଅନୁଗୁଳରୁ ୨, ଗଜପତି ଓ ପୁରୀରୁ ଜଣେ ଲେଖାଏ କରୋନା ରୋଗୀ ଆଖି ବୁଜିଛନ୍ତି।

ଆଜିର ମୃତ୍ୟୁ  ସଂଖ୍ୟାକୁ ମିଶାଇଲେ ଖୋର୍ଦ୍ଧାର ୪୧୧ ଜଣଙ୍କର କରୋନା ଜନିଜ ମୃତ୍ୟୁ ଘଟିଥିବାବେଳେ ଅନୁଗୁଳରେ ମୃତ୍ୟୁ ସଂଖ୍ୟା ୬୪ ଛୁଇଁଛି। ରାୟଗଡାରେ ୮୮, ନୂଆପଡାରେ ୪୩, ସୁନ୍ଦରଗଡରେ ୨୨୬, ଗଜପତିରେ ୪୨, ପୁରୀରେ ୧୪୩ ଛୁଇଁଛି ମୃତ୍ୟୁ ସଂଖ୍ୟା।

ସୂଚନାଥାଉ କି, ରାଜ୍ୟରେ ୨୪ ଘଣ୍ଟାରେ ୧୦ ହଜାର ୭୫୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି କଟକରୁ ସର୍ବାଧିକ ରୋଗୀ ଚିହ୍ନଟ ହୋଇଛନ୍ତି। କଟକରୁ ୯୭୩ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହା ପଛରେ ରହିଛି ଖୋର୍ଦ୍ଧା। ଏଠାରୁ ସର୍ବାଧିକ ୯୦୯ ଓ ସୁନ୍ଦରଗଡରୁ ୮୩୨  ପଜିଟିଭ ଚିହ୍ନଟ ହୋଇଛନ୍ତି।

ଆଜିର ତାଲିକାକୁ ମିଶାଇଲ, ରାଜ୍ୟରେ ବର୍ତ୍ତମାନସୁଦ୍ଧା ୧,୦୯,୪୧,୧୯୨ ନମୂନା ପରୀକ୍ଷା ହୋଇଥିବାବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬,୨୨,୯୮୧ ରହିଛି।  ସେହିପରି ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୫,୧୪,୫୩୨। ରାଜ୍ୟରେ ଏବେ ଆକ୍ଟିଭ କେସ  ୧,୦୬,୦୬୧ ଥିବାବେଳେ ଆଜି ୧୨୦୭୭ ଜଣ ସୁସ୍ଥ ହୋଇ ଫେରିଛନ୍ତି।

ଅନ୍ୟପକ୍ଷେ ଦେଶରେ ଆଜି  ଦୈନିକ ସଂକ୍ରମଣ ୩ ଲକ୍ଷ ତଳକୁ ଖସିଛି। ହେଲେ ମୃତ୍ୟୁ ସଂଖ୍ୟା ହ୍ରାସ ପାଇନି। ଆଜି ବି ମୃତ୍ୟୁ ସଂଖ୍ୟା ୪ ହଜାର ଉପରେ ରହିଛି।  ଆଜି ଦେଶରେ ୨ ଲକ୍ଷ ୮୧ ହଜାର ୩୮୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୪୯ ଲକ୍ଷ ୬୫ ହଜାର ୪୬୩କୁ ବୃଦ୍ଧି ପାଇଛି। ସେହିପରି ୪,୧୦୬ ଜଣ ସଂକ୍ରମିତ ଆଖି ବୁଜିଛନ୍ତି।

 

Twenty-two-corona-patients-lost-their-lives-nin-odisha-today-may-2021
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories