• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ମୟୂରଭଞ୍ଜ: ଗଣପର୍ବ ମକର ପାଇଁ ରାଜ୍ୟର ଅନେକ ସ୍ଥାନରେ ମେଳା ମହୋତ୍ସବ ଲାଗି ରହିଛି। ଏହି ଅବସରରେ ମୟୂରଭଞ୍ଜ ଜିଲ୍ଲା ଉଦଳା ନାବରା ଗାଁରେ ଟୁସୁ ପର୍ବ ଜାକଜମକରେ ପାଳନ କରୁଛନ୍ତି ମହାନ୍ତ ସଂପ୍ରଦାୟ ଲୋକେ।

ନିତ୍ୟକର୍ମ ସାରିବା ପରେ କୁମାରୀ ଓ ମହିଳାମାନେ ପାଦରେ ଅଳତା ନାଇ ନୂଆ ଲୁଗା ପରିଧାନ କରି ଟୁସୁ ପୂଜାରେ ସାମିଲ ହୋଇଛନ୍ତି। ପରମ୍ପରା ଅନୁସାରେ, ଆରାଧ୍ୟ ଟୁସୁ ଦେବୀଙ୍କୁ ପୂଜାର୍ଚ୍ଚନା କରିବା ସହିତ ପିଠାପଣା ଲାଗି ହୁଏ। ଏମାନେ ଟୁସୁ ମୁନିଙ୍କ ଉଦ୍ଦେଶ୍ୟରେ ଗୀତ ମଧ୍ୟ ଗାଇଥାନ୍ତି। ପରେ ଦେବୀଙ୍କୁ ବିମାନରେ ବସାଇ ଗାଁ ପରିକ୍ରମା କରାଯାଏ। ଏଠାରେ ତିନି ଦିନ ଧରି ପାଳିତ ହୁଏ ଟୁସୁ ପୂଜା।

ସେପଟେ କେନ୍ଦୁଝର ଜିଲ୍ଲାର ରଘୁନାଥପୁର ପଚାଂୟତରେ କୁଡୁମୀ ସଂପ୍ରଦାୟ ଲୋକେ ମଧ୍ୟ ନିଆରା ଢଙ୍ଗରେ ଟୁସୁ ପର୍ବ ପାଳନ କରିଛନ୍ତି। ଏଠାକାର ପରମ୍ପରା ଅନୁସାରେ, ମକର ସଂକ୍ରାନ୍ତିର ସାତ ଦିନ ପୂର୍ବରୁ ଦେବୀ ଟୁସୁଙ୍କ ମୂର୍ତ୍ତିକୁ ଆଣି ଘରେ ପୂଜାର୍ଚ୍ଚନା କରିଥିଲେ। ଏହାପରେ ମକର ସଂକ୍ରାନ୍ତି ଦିନ ପାଲିଙ୍କିରେ ବସାଇ ଗାଁ ପରିକ୍ରମା କରିବା ପରେ ଚକ ଗ୍ରାମରେ ଥିବା ମହାଦେବଙ୍କ ମନ୍ଦିରରେ ୩ଥର ପରିକ୍ରମା କରିଥିଲେ। ଏହାପରେ ସେଠାରେ ଥିବା ପୋଖରୀର ଚାରିପଟେ ପରିକ୍ରମା କରିବା ପରେ ଟୁସୁକୁ ବିସର୍ଜନ କରିବାର ବିଧି ରହିଛି।

Tusu-festival-celebrated-in-mayurbhanj-and-kendujhar-district-odisha-on-the-occasion-of-makar-sankranti
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories