ମୁଁ ଆଶାବାଦୀ ଥିଲି, ନିଶ୍ଚୟ ବିଜୟ ଲାଭ କରିବି : ଚନ୍ଦ୍ରାଣୀ ମୁର୍ମୁ

କେନ୍ଦୁଝର  : କେନ୍ଦୁଝର ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ଚନ୍ଦ୍ରାଣୀ ମୁର୍ମୁ ବିଜୟୀ ହୋଇଛନ୍ତି। ଏଠାରେ ଚନ୍ଦ୍ରାଣୀ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ  ବିଜେପିର ଅନନ୍ତ ନାୟକଙ୍କୁ ୬୫ ହଜାର ୪୨୯ଟି ଭୋଟରେ ପରାସ୍ତ କରିଛନ୍ତି। ବୟସ ଦୃଷ୍ଟିରୁ ଚନ୍ଦ୍ରାଣୀ ସର୍ବ କନିଷ୍ଠ ହୋଇଥିବାବେଳେ ତାଙ୍କର କୌଣସି ରାଜନୈତିକ ଅଭିଜ୍ଞତା ନଥିଲା। ହଠାତ୍‌ କେନ୍ଦୁଝରରେ ଚନ୍ଦ୍ରାଣୀଙ୍କୁ ପ୍ରାର୍ଥୀ କରି ସମସ୍ତଙ୍କୁ ଆଚମ୍ବିତ କରିଦେଇଥିଲେ ନବୀନ।

ନିଜର ବିଜୟରେ ଉତ୍ସାହିତ ଚନ୍ଦ୍ରାଣୀ ଆଗାମୀ ଦିନରେ ନିଜର ରାଜନୈତିକ କ୍ୟାରିୟର ବିଷୟରେ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି , ‘ଏ ବିଜୟର ଶ୍ରେୟ ମୁଁ କେନ୍ଦୁଝରବାସୀଙ୍କୁ ଦେଇଛି। ତାଙ୍କରି ଭଲପାଇବା ଓ ସହଯୋଗରେ ମୋର କନଫିଡେନ୍‌ସ ବଢ଼ିଥିଲା। ମୁଁ ଆଶାବାଦୀ ଥିଲିକି  ମୁଁ ନିଶ୍ଚୟ ବିଜୟଲାଭ କରିବି। ଯାହା ଆଜି ସଫଳ ହୋଇଛି।’

ଆଉ ମଧ୍ୟ ନିଜର ଅପପ୍ରଚାର ବିଷୟରେ କହିଛନ୍ତି, ମୋ ବିଷୟରେ ଯାହା ନିନ୍ଦା କରାଯାଉଥିଲା, ଶେଷରେ  ସତ୍ୟର ହିଁ ଜୟ ହୋଇଛି। ମୁଁ ଏଥିରେ ଖୁସି।

ସାଂସଦ ଭାବେ ସେ କେନ୍ଦୁଝରକୁ ନେଇ ଅନେକ ସ୍ୱପ୍ନ ଦେଖିଥିବା କହିଛନ୍ତି । ଯେଉଁସବୁ ମେଗା ପ୍ରୋଜେକ୍ଟ ସବୁ ଅଛି ଓ ବନ୍ଦ ହୋଇରହି ଯାଇଛି, ସେସବୁକୁ କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରିବି। ଏ ଅଂଚଳରେ ଲୋକଙ୍କ ସ୍ୱପ୍ନ ଏକ ଷ୍ଟିଲ୍‌ ପ୍ଲାଣ୍ଟ ପାଇଁ , ତାହାକୁ ମୁଁ ଜାତୀୟ ସ୍ତରରେ ଉପସ୍ଥାପନା କରିବି। ଏହା ଏହ ସେହି ଅଂଚଳର ସବୁ ସମସ୍ୟାକୁ ରାଜ୍ୟ ସରକାରଙ୍କ ପାଖରେ ଅବଗତ କରାଇବି ।

ଶେଷରେ ଚନ୍ଦ୍ରାଣୀ ମୁର୍ମୁ ନିଜର ସଫଳତାର ଶ୍ରେୟ ଲୋକଙ୍କୁ ଦେବାସହ ବିଜେଡି ସୁପ୍ରିମୋଙ୍କୁ ଦେଇଛନ୍ତି। ତାଙ୍କ ଯୋଗୁଁ ସେ ବହୁ ସଂଖ୍ୟାରେ ଭୋଟ୍‌ରେ ଜିତି ପାରିଛନ୍ତି ବୋଲି କହିଛନ୍ତି।

You might also like