ଖୋଲିବ କି ଠକ ଧୁରନ୍ଧର ତୃପ୍ତିରଂଞ୍ଜନ ଦାସଙ୍କ ଠକେଇ ସାମ୍ରାଜ୍ୟର ଗୁମର?

କେବେ ଧରାପଡିବେ ସବୁ ଅପରାଧୀ

ଭୁବନେଶ୍ୱର(ଆଲୋକ ମହାନ୍ତି): ଓଏଲଏକ୍ସରେ ଗାଡି ବିକିବା ନାଁରେ ଠକୁଥିବା ଅଭିଯୁକ୍ତ ତୃପ୍ତୀରଞ୍ଜନ ଦାସଙ୍କୁ ୭ ଦିନିଆ ରିମାଣ୍ଡରେ ନେଇଛି କମିଶନରେଟ୍ ପୋଲିସ। ଆଉ କେଉଁଠୁ କିଭଳି ଠକିଛି ସେନେଇ ଗୁମର ଖୋଲିବ ପୋଲିସ। ହେଲେ ଏହାରି ମଧ୍ୟରେ ତାର କଳା ସାମ୍ରାଜ୍ୟର ନେଟୱାର୍କ ବଢିବାରେ ଲାଗିଛି। ପୁଣି ତା ନାଁରେ ଆଉ ୧୨ଟି ନୂଆ ଠକେଇ ମାମଲା ସାମ୍ନାକୁ ଆସିଛି। ଏମିତିକି ଗିରଫ ପରେ ତା ନାଁରେ ପୁଣି ଠକେଇ ନେଇ ଅଭିଯୋଗ କରିଛନ୍ତି ଆଉ କିଛି ଗ୍ରାହକ।

ଖୋଲିବ କି ଠକ ଧୁରନ୍ଧର ତୃପ୍ତିରଂଞ୍ଜନ ଦାସଙ୍କ ଠକେଇ ସାମ୍ରାଜ୍ୟର ଗୁମର? ଓଏଲଏକ୍ସ ବିଜ୍ଞାପନ ନାଁରେ କେତେ ଲୁଟି ଥିଲେ ତୃପ୍ତିଦାସ? ଓଡିଶା ସିନେମା ବ୍ୟତିତ ଆଉ କେଉଁଠି ଲାଗିଥିଲା ଠକେଇ ସୌଦାଗରଙ୍କ ଟଙ୍କା? ବେଆଇନ ଅର୍ଥ କାରବାର ଲିଙ୍କ୍ କାଢିବ କି ପୋଲିସ? ପୁରା ଲୁଟ୍ ପ୍ଲଟରେ ତୃପ୍ତିଙ୍କ ସହ ଆଉ କାହାର ରହିଛି ସଂପୃକ୍ତି? ଏସବୁ ପ୍ରଶ୍ନର ଉତ୍ତର କାଢିବା ଲାଗି ଆଜିଠାରୁ ୭ ଦିନ ପର୍ଯ୍ୟନ୍ତ ଅଭିଯୁକ୍ତ ତୃପ୍ତି ରଂଞ୍ଜନ ଦାସଙ୍କୁ ପୋଲିସ ରିମାଣ୍ଡରେ ନେଇଛି। ଏପଟେ ବଡଗଡ ଥାନାରେ ଓଏଲଏକ୍ସରେ ଗାଡି ବିକିବା ନାଁରେ ତୃପ୍ତିଙ୍କ ବିରୋଧରେ ଠକେଇ ମାମଲା ବଢିବାରେ ଲାଗିଛି। ଗିରଫ ପରଠାରୁ ଏପର୍ଯ୍ୟନ୍ତ ୧୨ଟି ନୂଆ ଠକେଇ ମାମଲା ତା ଅପରାଧ ତାଲିକାରେ ଯୋଡି ହୋଇଛି। ତା ବିରୋଧରେ ମୋଟ ଠକେଇ ମାମଲା ୫୩କୁ ବୃଦ୍ଧି ପାଇଛି। ଏପରିକି ପୋଲିସ ପରିବାର ବି ତା ଠକେଇ ମାୟା ଜାଲରୁ ବାଦ ପଡିନାହିଁନ୍ତି। କେନ୍ଦୁଝର, କୋରାପୁଟ, ଯାଜପୁର ଭଳି ଜିଲ୍ଲାର ଲୋକଙ୍କୁ ଓଏଲଏକ୍ସ ଠକେଇ ଜାଲରେ ବାନ୍ଧି ଲୁଟ କରିଛି।

ଖୋଳତାଡରୁୁ ଜଣାପଡିଛି, ଅଭିଯୁକ୍ତ ତୃପ୍ତିଦାସ ଠକେଇ ଟଙ୍କାରେ ଓଡିଆ ଫିଲ୍ମ ନିର୍ମାଣ କରୁଥିଲେ। ତେବେ ଯଦିଓ ଗୋଟିଏ ଫିଲ୍ମ ରିଲିଜ୍ ହୋଇନି ମାତ୍ର ଠକେଇ ଟଙ୍କାର ସିଂହଭାଗ ଏହି ଫିଲ୍ମ ତିଆରିରେ ବିନିଯୋଗ ହୋଇଥିବା ଜଣାପଡିଛି। କେବଳ ତୃପ୍ତି ନା ତାଙ୍କ ସହ ଆଉ କେଉଁ ସହଯୋଗୀ ଏହି ଠକେଇ ଷଡଯନ୍ତ୍ର ଓ ବ୍ଲୁପ୍ରିଣ୍ଟରେ ସାମିଲ ଥିଲେ ସେମାନଙ୍କୁ ଧରିବା ପୋଲିସ ପାଇଁ ଚାଲେଞ୍ଜ ହୋଇଛି। ଚାରି ଚାରି ଥର ଗିରଫ ସତ୍ତ୍ୱେ ଛାଡି ନଥିଲେ ଠକେଇର କଳାକାରନାମା।

କୋଲକାତା ଦେଇ ଖସିଯିବାକୁ ଉଦ୍ୟମ କରି ଧରାପଡିଥିବା ତୃପ୍ତି ଦାସଙ୍କଠାରୁ ତଥ୍ୟ କାଢିବାରେ କମିଶନରେଟ ପୋଲିସ କେତେ ସକ୍ଷମ ହୋଇପାରୁଛି ତାହା ପରେ ଜଣାପଡିବ। ତେବେ ଏହି ଅପରାଧରେ କେଉଁମାନେ ଦାୟୀ ରହିଛନ୍ତି ସେମାନଙ୍କୁ କେବେ ପୋଲିସ ବାନ୍ଧୁଛି ତାହା ଦେଖିବାକୁ ବାକି ରହିଲା।

You might also like