କୋଭିଡ୍ ପାଇଁ ପିପିଇ କିଟ୍ ମଗାଇଲେ, ଏବେ ଗ୍ରହଣ କରୁନାହାନ୍ତି ସରକାର

ଭୁବନେଶ୍ୱର: କୋଭିଡ୍ ମୁକାବିଲା ପାଇଁ ପିପିଇ କିଟ୍ ମଗାଇଲେ, ହେଲେ ମାଲ ପହଞ୍ଚିବା ପରେ ଏବେ ଗ୍ରହଣ କରୁ ନାହାନ୍ତି ରାଜ୍ୟ ସରକାର। ଏଥିପାଇଁ ଓଡ଼ିଶା ରାଜ୍ୟ ଔଷଧ ନିଗମ OSMCL ଓୟାର ହାଉସ ଆଗରେ ଅଟକି ରହିଛି ୨୦ରୁ ଅଧିକ ପିପିଇ କିଟ୍ ବୋଝେଇ ଟ୍ରକ୍।

OSMCL କର୍ତ୍ତୃପକ୍ଷ ଏସବୁ ସାମଗ୍ରୀକୁ ଗ୍ରହଣ କରିବାକୁ ମନା କରୁଥିବାରୁ ଅସୁବିଧାରେ ପଡ଼ିଛନ୍ତି ପିପିଇ କିଟ୍ ପଠାଇଥିବା ବିଭିନ୍ନ MSME କମ୍ପାନୀ।

ଏହି କମ୍ପାନୀଗୁଡ଼ିକ କରିଥିବା ଅଭିଯୋଗ ଅନୁସାରେ, ରାଜ୍ୟ ସରକାର ଜୁଲାଇ ପର୍ଯ୍ୟନ୍ତ ଅର୍ଡର ଧାର୍ଯ୍ୟ କରିଥିଲେ। କିନ୍ତୁ ଏବେ ମେ ମାସରୁ ଏହାକୁ ଶେଷ କରିଦେଛନ୍ତି। ଫଳରେ ପିପିଇ କିଟ୍ ଆଣିଥିବା ୨୦ରୁ ଅଧିକ ଟ୍ରକର ଡ୍ରାଇଭର କିଛି ଦିନ ଧରି ଗାଡ଼ି ସହ OSMCL ଓୟାର ହାଉସ ଆଗରେ ଅଟକି  ରହିଥିବା ଦେଖିବାକୁ ମିଳିଛି।

ସେପଟେ ରାଜ୍ୟରେ ଏବେ ପିପିଇ କିଟ୍ ଓ ମାସ୍କ୍ ମହଜୁଦ୍ ଥିବାରୁ ମେ ୨୬ ପରେ ଆସୁଥିବା ମାଲ ଆଉ ଗ୍ରହଣ ନକରିବାକୁ ନିଷ୍ପତ୍ତି ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି।

You might also like