ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ମାଲିକଙ୍କର ମୃତ

ଗୁଳି ନେଲା ଜୀବନ

ବାଲେଶ୍ୱର: ମେରାଇନ୍ ଥାନା ଚାନ୍ଦିପୁର ବଳରାମଗଡ଼ିରେ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଟ୍ରଲର ମାଲିକଙ୍କ ଜୀବନ ଯାଇଛି। ଟ୍ରଲର ମାଲିକଙ୍କୁ ୪ରୁ ୫ ରାଉଣ୍ଡ ଗୁଳି କରିଥିଲେ ଦୁର୍ବୃତ୍ତ, ତେବେ ପରେ ଗୁରୁତର ଅବସ୍ଥାରେ ତାଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଥିଲା ପରେ ଚିକିତ୍ସାଧୀନ ଅବସ୍ଥାରେ ହିଁ ତାଙ୍କର ବାଲେଶ୍ୱର ମେଡ଼ିକାଲରେ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି। ମେଡିକାଲ ଫାଣ୍ଡି ଆଗରେ ମୃତଦେହ ରଖି ପରିବାରର ଲୋକେ ଧାରଣା ଦେଇଛନ୍ତି। ତେବେ କେଉଁ ପରିସ୍ଥିତିରେ ଆଉ କିଏ ଗୁଳିମାଡ କରିଛି ସେନେଇ ବର୍ତ୍ତମାନ ସମୟରେ କୌଣସି ସୂଚନା ମିଳିପାରିନାହିଁ।

You might also like