ରେଳ ଧାରଣା ଉପରକୁ ମାଡ଼ିଆସିଲା କଣ୍ଟେନର୍

ସମ୍ବଲପୁର: ରେଳ ଧାରଣା ଉପରେ ଚଢ଼ିଗଲା କଣ୍ଟେନର୍। ସମ୍ବଲପୁର-ବୁର୍ଲା ରାସ୍ତାର ଲକ୍ଷ୍ମୀଡୁଙ୍ଗୁରୀ ନିକଟରେ ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି। ରାସ୍ତାକୁ ଲାଗି ଥିବା ରେଳ ଧାରଣା ଉପରେ କଣ୍ଟେନର୍ ଚଢ଼ି ଯାଇଥିବା ଦେଖିବାକୁ ମିଳିଥିଲା। ତେବେ ସୌଭାଗ୍ୟବଶତଃ କଣ୍ଟେନ୍‌ରର ଡ୍ରାଇଭର୍ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏହାସହ କୌଣସି ଜନଜୀବନ ମଧ୍ୟ କ୍ଷୟକ୍ଷତି ହୋଇନାହିଁ। ବର୍ତ୍ତମାନ ରେଳ ଲାଇନ୍‌ରୁ କଣ୍ଟେନରକୁ ହଟାଯାଇଛି।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ରାସ୍ତାକଡ଼ରେ ଥିବା ପାହାଡ଼ରେ କଣ୍ଟେନ୍‌ରଟି ପିଟି ହୋଇ ରେଳ ଧାରଣା ଦିଗକୁ ମାଡ଼ି ଆସିଥିଲା। ଫଳରେ ସମ୍ବଲପୁର-ହୀରାକୁଦ ମଧ୍ୟରେ ଟ୍ରେନ୍ ଚଳାଚଳ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥିଲା। କ୍ରେନ୍‌ ମାଧ୍ୟମରେ ରେଳବାଇ ପକ୍ଷରୁ ଉଦ୍ଧାର କାର୍ଯ୍ୟ କରାଯାଇଥିଲା।

ଆହୁରି ପଢ଼ନ୍ତୁ

You might also like