ରାସ୍ତା ଉପରେ ହୁତୁହୁତୁ ହୋଇ ଜଳିଲା ଟ୍ରକ୍

ବଲାଙ୍ଗୀର : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା ଚଳନ୍ତା ମାଲ ବୋଝେଇ ଟ୍ରକ୍ । ବଲାଙ୍ଗିର-ସମ୍ବଲପୁର ୨୬ ନମ୍ବର ରାଜରାସ୍ତାର ଖମାରମୁଣ୍ଡା ଛକରେ ହଠାତ ଏକ ମାଲବୋଝେଇ ଟ୍ରକରେ ନିଆଁ ଲାଗିଯାଇଥିଲା । ଟ୍ରକ୍ ଟାୟାର ଫାଟିଯିବାରୁ ତାପାଖ ଦେଇ ଯାଉଥିବା ଦୁଇ ଜଣ ବାଇକ ଆରୋହୀ ମଧ୍ୟ ଆହତ ହୋଇଥିବା ନେଇ ମିଳିଛି ସୂଚନା ।

 ସେମାନଙ୍କୁ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି  । ଏପଟେ ଟ୍ରକରେ ଥିବା ଗହମ, ଡାଲି, ଚଣା ଭଳି ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀ ପୋଡି ନଷ୍ଟ ହୋଇଯାଇଛି  । ଖବର ପାଇ ବଲାଙ୍ଗିର ଏବଂ ଲୋଇସିଂହା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।

ଛତିଶଗଡ ରାୟପୁରରୁ ଟ୍ରକଟି ବଲାଙ୍ଗିରକୁ ଆସୁଥିବା ବେଳେ ଅଗ୍ନିକାଣ୍ଡ ହୋଇଛି । ତେବେ ଟ୍ରକରେ ଥିବା ୧୫ ଲକ୍ଷ ଟଙ୍କାର ସାମଗ୍ରୀ ଜଳିପୋଡି ନଷ୍ଟ ହୋଇଯାଇଛି।

You might also like