• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ମାଲକାନଗିରି: ଭରା ନଦୀରେ ପୋଲ ତଳକୁ ଖସିପଡ଼ିଲା ଟ୍ରକ। ଟ୍ରକଟି ମାଲକାନଗିରି ଆସୁଥିବାବେଳେ ଏଭଳି ଦୁର୍ଘଟଣା ଘଟିଛି। ଟ୍ରକଟି କାଙ୍କରକୋଣ୍ଡା ନଦୀ ବ୍ରିଜ ଅତିକ୍ରମ କରୁଥିବାବେଳେ ତଳୁ ଖସି ପଡ଼ିଥିବା ଜଣାଯାଇଛି।

ଆନ୍ଧ୍ରପ୍ରଦେଶରୁ ଏକ ମାଲ ବୋଝେଇ ଟ୍ରକ ମାଲକାନଗିରି ଅଭିମୁଖେ ଆସୁଥିଲା। କାଙ୍କରକୋଣ୍ଡା ପୋଲ ଉପରେ ପାଣି ଚାଲୁ ଥିବାରୁ ଯାତାୟାତ ବନ୍ଦ ରହିଥିଲା। ଟ୍ରକଟି ସେହି ବାଟ ଦେଇ ଯାଉଥିବାବେଳେ ସ୍ଥାନୀୟ ଲୋକେ ବାରଣ କରିଥିଲେ। ହେଲେ ଡ୍ରାଇଭର ଶୁଣି ନ ଥିଲେ।  ଟ୍ରକଟି ପାଣିରେ ବୁଡ଼ି ରହିଥିବା ବ୍ରିଜ ଅତିକ୍ରମ କରିବାକୁ ଚେଷ୍ଟା କରିଥିଲା

ବ୍ରିଜ ଉପରେ ପ୍ରବାହିତ ବନ୍ୟଜଳର ସ୍ରୋତରେ ଟ୍ରକଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଟ୍ରକର ଡ୍ରାଇଭର ଓ ହେଲପରଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ତେବେ ଟ୍ରକଟି ପାଣି ଭିତରେ ଫସି ରହିଛି।

ଲଗାଣ ବର୍ଷା ଯୋଗୁ ମାଲକାନଗିରି ଜିଲ୍ଲାର ବିଭିନ୍ନ ନଦୀରେ ଏବେ ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ଜୀବନ ଯାତ୍ରା ପ୍ରଭାବିତ ହୋଇଛି ।

 

Truck-drown-into-river
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories