ସମ୍ବଲପୁର(ସଂଜୟ ଜେନା) : ଟ୍ରକ୍ ଡ୍ରାଇଭରଙ୍କ ଠାରୁ ଫାଇନ୍ ଆଦାୟ ହେଲା ୭୦ ହଜାର ଟଙ୍କା ଫାଇନ୍। ସମ୍ବଲପୁର ପରିବହନ ବିଭାଗ ଟ୍ରାଫିକ୍ ଇନ୍ସିପେକ୍ଟର ଜଣେ ଟ୍ରକ ଡ୍ରାଇଭରଙ୍କଠୁ ଏତେ ପରିମାଣର ଫାଇନ୍ ଆଦାୟ କରିବା ପରେ ଏବେ ଏହାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା।
ଗାଡ଼ିର ରେଜିଷ୍ଟ୍ରେସନ୍ ନମ୍ବର ହେଉଛି ନାଗାଲାଣ୍ଡର। ଡ୍ରାଇଭର ହେଉଛନ୍ତି ଅଶୋକ ଯାଦବ। ଟ୍ରାଫିକ୍ ନିୟମ ଅବମାନନା ନେଇ ତାଙ୍କ ଉପରେ ୪ଟି ଭୁଲ ପାଇଁ ଫାଇନ୍ ପଡିଛି। ଟ୍ରକଟି ଓଭରଲୋଡ ଥିବାରୁ ୫୬ ହଜାର ଟଙ୍କା ଫାଇନ୍ ପଡିଛି। ମୋଟ ୮୬ ହଜାର ୫୦୦ ଟଙ୍କା ଫାଇନ୍ ପଡିଥିବା ବେଳେ ଆଦାୟ ହୋଇଛି ୭୦ ହଜାର ଟଙ୍କା।