ଘାଟିରେ ଟ୍ରକ୍ ଓଲଟି ୩ ମୃତ

ଗଜପତି  : ଘାଟିରେ ୧୦୦ ଫୁଟ ତଳକୁ ଖସିଲା ରିଲିଫ ସାମଗ୍ରୀ ନେଇ ଯାଉଥିବା ଟ୍ରକ୍‌। ଦୁର୍ଘଟଣାରେ ଟ୍ରକ୍‌ରେ ଥିବା ୩ ଜଣଙ୍କ ମୃତ୍ୟୁ ହୋଇଛି। ଗଜପତି ଜିଲ୍ଲା ଅାର୍ ଉଦୟଗିରି ଥାନା ବାଦପୁର ଘାଟିରେ ଏହି ଦୁର୍ଘଟଣା ଘଟିଛି। ଏହି ୧୦ ଚକିଅା ଟ୍ରକ୍‌ଟି ତିତ୍‌ଲି ପୀଡିତଙ୍କ ପାଇଁ ପାରଳାଖେମୁଣ୍ଡିରୁ ପ୍ରାୟ ୩ ହଜାର କମ୍ବଳ ନେଇ ମୋହନା ଯାଉଥିଲା।

ତେବେ ବାଦପୁର ଘାଟିରେ ଭାରସାମ୍ୟ ହରାଇ ଘାଟିରୁ ତଳକୁ ଖସି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ହିଁ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ସ୍ଥାନୀୟ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ୩ଟି ଯାକ ମୃତଦେହକୁ ଉଦ୍ଧାର କରିଥିଲେ।

ମୃତକ ୩ ଜଣ ହେଲେ ଗାଡିର ମାଲିକ କାଶୀନଗର ଗାଁର ରାମ ରାଓ,  ଡ୍ରାଇଭର  ଅାନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍ ଜିଲ୍ଲାର ନାରାୟଣ ରାଓ ଏବଂ ଅନ୍ୟ ଜଣେ ହେଉଛନ୍ତି ଭବାନୀପାଟଣାର ମଳୟ ତ୍ରିପାଠୀ। ମଳୟ ଅାରଡବ୍ୟୁଏସ୍ଏସ୍ କର୍ମଚାରୀ ବୋଲି ଜଣାପଡିଛି।

 

You might also like