ରକ୍ତମୁଖା ପଡ଼ୋଶୀର ବିଭତ୍ସ କାଣ୍ଡ; ରକ୍ତରେ ଭିଜିଲା ଘର ଓ ଜମି

ସମ୍ବଲପୁର: ଜମିବାଡ଼ି ବିବାଦରୁ ରକ୍ତମୁଖା ପଡ଼ୋଶୀ ବିଭତ୍ସ କାଣ୍ଡ ଘଟାଇଛି। ଗୋଟିଏ ପରିବାରର ତିନିଜଣ- ମା, ଝିଅ ଓ ଜ୍ୱାଇଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ପଡ଼ୋଶୀ। ସମ୍ବଲପୁର କୁଚିଣ୍ଡା ଥାନା ଲପଡ଼ା ଗାଁର ଏ ଘଟଣାକୁ ନନେଇ ଚାଞ୍ଚଲ୍ୟ ଖେଳିଯାଇଛି। ମୃତକମାନେ ହେଲେ ମା ପିରୋବତୀ ବେହେରା, ଝିଅ ସାବିତ୍ରୀ ଓ ଜ୍ୱାଇଁ ଗିରିଧାରୀ ସାହୁ।

ମିଳିଥିବା ସୂଚନା ଅନୁସାରେ, ଜମିବାଡ଼ି ବିବାଦରୁ ପିରୋବତୀଙ୍କ ପଡ଼ୋଶୀ ବାପପୁଅ ନବୀନ ଦେବୁରୀ ଓ ହେମାନନ୍ଦ ଦେହୁରୀ ଏହି ବିଭତ୍ସ କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି। ଗାଁ ଲୋକଙ୍କ ଠାରୁ ଖବର ପାଇ ପୋଲିସ୍ ଚାଷ ଜମିରୁ ଜ୍ୱାଇଁ ଓ ଘର ଭିତରୁ ମାଝିଅଙ୍କ ମୃତଦେହ ଉଦ୍ଧାର କରିଛି। ପୋଲିସ୍ ଅଭିଯୁକ୍ତ ବାପପୁଅଙ୍କୁ ଅଟକ ରଖିଥିବା ବେଳେ ଘଟଣାକୁ ନେଇ ଗାଁରେ ଉତ୍ତେଜନା ଦେଖାଦେଇଛି।

You might also like