ନିଆରା ଆଦିବାସୀ ପର୍ବ ‘ମିରିଆ’

ରାୟଗ଼ଡା: ଗୁଣପୁର ବ୍ଲକ୍‌ ଘନାନ୍ତ୍ରୀ ଅଞ୍ଚଳରେ ପାଳିତ ହୋଇଛି ଆଦିବାସୀଙ୍କ ନିଆରା ‘ମିରିଆ’ ପର୍ବ। ଅମଳ ପରେ ବିଭିନ୍ନ ଶସ୍ୟକୁ ପ୍ରଥମେ ଇଷ୍ଟଦେବଙ୍କୁ ଅର୍ପଣ କରିବା ପରେ ଘରେ ଘରେ ନୂଆ ଖାଇଛନ୍ତି ଲୋକେ।

ଏହି ସମୟରେ ପିଲାଠୁ ବୟସ୍କ ସମସ୍ତେ ପାରମ୍ପରିକ ଆଦିବାସୀ ବାଦ୍ୟ ବଜାଇ ଗାଁ ଦାଣ୍ଡରେ ନାଚିଗାଇ ପର୍ବ ପାଳନ କରିଛନ୍ତି।

ଏହି ପର୍ବ ବିଧି ଅନୁସାରେ, ଶୀତ ଋତୁର ଫସଲ କାନ୍ଦୁଲ, ଧାନ, ଶିମ୍ବ ଆଦି ଫସଲ ଅମଳ ପରେ ପ୍ରଥମେ ଗ୍ରାମର ବାବୁ ବା ଆଦିବାସୀ ଦେବତାଙ୍କ ପାଖରେ ଲାଗି କରାଯାଏ। ଏହାପରେ ଘରେ ଘରେ ଏହିସବୁ ଶସ୍ୟକୁ ରାନ୍ଧି ଖାଇଥାନ୍ତି। କାହିଁ କେଉଁ କାଳର ଏହି ମିରିଆ ପରବକୁ ଆଜି ବି ବେଶ ଭକ୍ତି ଓ ଆବଗେର ସହ ପାଳନ କରୁଛନ୍ତି ଆଦିବାସୀ ସମ୍ପ୍ରଦାୟର ଲୋକେ।

 

You might also like