ପଥର ଗୁମ୍ଫାରେ ବିତୁଛି ଜୀବନ

ରାଇରଙ୍ଗପୁର: ଜୀବନ ଭୟରେ ପଥର ଗୁମ୍ଫାରେ ରହୁଛନ୍ତି ଜଣେ ଆଦିବାସୀ ଖଡିଆ ପରିବାର। ମୟୁରଭଂଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ଝାଡଖଣ୍ଡ ସୀମାନ୍ତ ମାଙ୍କଡଗୋଡା ଗାଁର ଏହି ଘଟଣା। ଏଇ ଗାଁରେ ରହୁଥିବା ଶନିବାରୀ ଦେହୁରୀଙ୍କୁ ପଡୋଶୀମାନେ ଝଗଡା ପରେ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି।

ଏଥିରେ ଭୟଭୀତ ହୋଇ ଶନିବାରୀ ପରିବାର ସହ ଘର ଛାଡି ଝାଡଖଣ୍ଡ ଅଂଚଳକୁ ପଳାଇ ଯାଇ ସେଠାରେ ଜଙ୍ଗଲରେ ଥିବା ଏକ ପଥର ଗୁମ୍ଫାରେ ରହିଥିଲେ।

ଘଟଣା ସଂପର୍କରେ ଜାଣିବା ପରେ ଝାଡଖଣ୍ଡ ପୂର୍ବ ସିଂହଭୂମ ପୋଟକ ବିଧାୟକ ସଂଜୀବ ସରଦାର ଘଟଣାସ୍ଥଳକୁ ଯାଇ ଶନିବାରୀଙ୍କ ଦୁଃଖ ବୁଝିବା ସହ ତାଙ୍କୁ ଖାଦ୍ୟ ଯୋଗାଇଦେଇଥିଲେ।

ଏହାପରେ ରାଜ୍ୟସଭା ସାଂସଦ ମମତା ମହାନ୍ତ, ବିଜେଡି ନେତା କାଶୀନାଥ ହେମ୍ବ୍ରମ ଘଟଣାସ୍ଥଳକୁ ଯାଇ ଶନିବାରୀଙ୍କ ପରିବାରଙ୍କୁ ଭେଟି ତାଙ୍କ ପରିବାରକୁ ସୁରକ୍ଷା ଦେବାର ପ୍ରତିଶ୍ରୁତି ଦେଇ ମାଙ୍କଡଗୋଡା ଗାଁକୁ ଫେରାଇ ଆଣିଥିଲେ। ଏନେଇ ଗୋରୁମହିଷାଣୀ ଥାନା ପୋଲିସ ଘଟଣାର ତଦନ୍ତ କରୁଛି।

You might also like