ସମ୍ବଲପୁରରେ ତ୍ରିମୁଖୀ ଲଢ଼େଇ

ସମ୍ବଲପୁର(ସଞ୍ଜୟ ଜେନା): ଆସନ୍ତା ୨୩ ତାରିଖରେ ସମ୍ବଲପୁରରେ ତୃତୀୟ ପର୍ଯ୍ୟାୟରେ ନିର୍ବାଚନ ହେବ। ଏଥିପାଇଁ ସବୁ ଦଳର ପ୍ରାର୍ଥୀ ସେମାନଙ୍କର ପ୍ରଚାରକୁ ଜୋରଦାର କରିଛନ୍ତି।

୩ ପ୍ରମୁଖ ଦଳ ବିଜେପି, କଂଗ୍ରେସ ଓ ବିଜେଡି ପକ୍ଷରୁ ପ୍ରଚାର ଜୋରଦାର ଚାଲିଛି। ସମ୍ବଲପୁରରେ ବିଜେପିର ଲୋକସଭା ପ୍ରାର୍ଥୀ ନୀତେଶ ଗଙ୍ଗଦେବ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ବିଜେଡିରୁ ନଳିନୀକାନ୍ତ ପ୍ରଧାନ କଂଗ୍ରେସରୁ ଶରତ ପଟ୍ଟନାୟକ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

ସେହିପରି ସମ୍ବଲପୁର ବିଧାନସଭା ଆସନରେ କଂଗ୍ରେସରୁ ପ୍ରଫେସର ଅଶ୍ୱିନୀ ପୂଜାହାରୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ବିଜେପିରୁ ଜୟନାରାୟଣ ମିଶ୍ର ଏବଂ ବିଜେଡିରୁ ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

You might also like