ଫରେଷ୍ଟ ପାର୍କରେ ଟ୍ରି ଲାଇବ୍ରେରୀ : ଯୁବବର୍ଗଙ୍କୁ ପୁସ୍ତକ ପ୍ରତି ଆକୃଷ୍ଟ କରିବାକୁ ବିଡିଏ ପକ୍ଷରୁ ନିଆରା ପ୍ରୟାସ

 

ପାର୍କରେ ବୁଲାବୁଲି ସହ ପାଠପଢ଼ା

ପୁସ୍ତକ ପ୍ରତି ଆକୃଷ୍ଟ କରିବା ପାଇଁ ଉଦ୍ୟମ

ସମୟର ସଦୁପଯୋଗ ପାଇଁ ବିଡିଏ ପକ୍ଷରୁ ନିଆରା ପ୍ରୟାସ

ଭୁବନେଶ୍ୱର ଫରେଷ୍ଟ ପାର୍କରେ ଖୋଲାଯାଇଛି ଟ୍ରି ଲାଇବ୍ରେରୀ

ବିଡିଏ, ବକୁଳ ଫାଉଣ୍ଡେସନର ମିଳିତ ସହଯୋଗରେ ଚାଲିଛି ଲାଇବ୍ରେରୀ

ଭୁବନେଶ୍ୱର:  ବହିପଢ଼ିବା ଭୁଲିସାରିଛନ୍ତି ଯୁବପୀଢ଼ି। ମୋବାଇଲ୍ ନିଶାରେ ବର୍ଗ ଘଣ୍ଟା ଘଣ୍ଟା ସମୟ ବିତିଯାଉଛି, କିନ୍ତୁ ଜଣାପଡ଼ୁନି ।  ଏଭଳି ସ୍ଥିତିରେ ସମୟର ସଦୁପଯୋଗ ଏବଂ ବହି ପ୍ରତି ଯୁବ ବର୍ଗଙ୍କୁ ଆକୃଷ୍ଟ କରିବା ପାଇଁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ବା ବିଡିଏ ପକ୍ଷରୁ କରାଯାଇଛି ନିଆରା ପ୍ରୟାସ । ପାର୍କରେ କରାଯାଇଛି ଟ୍ରି ଲାଇବ୍ରେରୀ ।

ପାର୍କରେ ବୁଲାବୁଲି ସାଙ୍ଗକୁ ପାଠପଢ଼ା । ସୁନ୍ଦର ଶାନ୍ତ ପରିବେଶ ଭିତରେ ନିଜ ନିଜର ମନ ପସନ୍ଦର ବହି ପଢ଼ିବାରେ ବ୍ୟସ୍ତ ଯୁବ ବର୍ଗ । ଭୁବନେଶ୍ୱର ଫରେଷ୍ଟ ପାର୍କର ପାର୍କରେ ସାଧାରଣ ଲୋକଙ୍କ ପାଇଁ ଖୋଲାଯାଇଛି ଟ୍ରି ଲାଇବ୍ରେରୀ । ଠା କୁ ଠା ଛୋଟ ଛୋଟ ବାକ୍ସ ଭିତରେ ରହିଛି ଭଳିକି ଭଳି ବହି । ସକାଳେ ଓ ସଂଧ୍ୟାରେ ଲୋକେ ଏଠାକୁ ବୁଲିବା ପାଇଁ ଆସିବା ବେଳେ ମନ ପସନ୍ଦର ବହି ଦେଖି ପଢ଼ିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି ।

ଯୁବ ବର୍ଗ ଏବେ ମୋବାଇଲରେ ବ୍ୟସ୍ତ ରହୁଥିବା ବେଳେ ସେମାନଙ୍କୁ ବହି ପ୍ରତି ଆକର୍ଷିତ କରିବା ଓ ପଢ଼ାପଢ଼ି ଅଭ୍ୟାସ ବଢ଼ାଇବା ପାଇଁ ବିଡିଏ ପକ୍ଷରୁ ନିଆଯାଇଛି ଏଭଳି ନିଆରା ପଦକ୍ଷେପ ।  ବିଡିଏ ଏବଂ ବକୁଳ ଫାଉଣ୍ଡେସନର ମିଳିତ ସହଯୋଗରେ ପାର୍କ ଭିତରେ ହୋଇଛି ଏହି ଲାଇବ୍ରେରୀ । ଯେଉଁଠାରେ ମାଗଣାରେ ଭଳିକି ଭଳି ପୁସ୍ତକ ପଢ଼ିବାର ସୁଯୋଗ ପାଉଛନ୍ତି ଲୋକେ । ଲାଇବ୍ରେରୀରେ ରହିଛି ପ୍ରାୟ ୨ ହଜାର ବହି । ପ୍ରାଥମିକ ପର୍ଯ୍ୟାୟରେ ଫରେଷ୍ଟ ପାର୍କରେ ଏହି ଟ୍ରି ଲାଇବ୍ରେରୀ ଖୋଲାଯାଇଥିବା ବଳେ ଆଗକୁ ଅନ୍ୟ ପାର୍କରେ ଲାଇବ୍ରେରୀ ଖୋଲିବା ପାଇଁ ଲକ୍ଷ୍ୟ ରଖାଯାଇଛି ।

You might also like