ବେଲଘର ବନାଞ୍ଚଳରେ ଅସୁସ୍ଥ ମାଈ ହାତୀର ଚିକିତ୍ସା ଆରମ୍ଭ

କନ୍ଧମାଳ: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବେଲଘର ବନାଞ୍ଚଳ ଲଙ୍କାଗଡ଼ ଜଙ୍ଗଲରେ ଅସୁସ୍ଥ ହୋଇ ପଡ଼ିରହିଥିବା ମାଈ ହାତୀର ଚିକିତ୍ସା ଆରମ୍ଭ ହୋଇଛି।

ବନ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଅସୁସ୍ଥ ହାତୀର ଚିକିତ୍ସା ଆରମ୍ଭ କରିଛନ୍ତି। ବୟସ ଅଧିକ ଯୋଗୁ ହାତୀଟି ଅସୁସ୍ଥ ହୋଇଥିବା ବନ ବିଭାଗ ଅନୁମାନ କରୁଛି।

ଗତ କିଛି ଦିନ ଧରି କଳାହାଣ୍ଡି ଜିଲ୍ଲାର ପାଖ ଜଙ୍ଗଲରୁ କିଛି ହାତୀ ପଲ ଲଙ୍କାଗଡ଼ ଜଙ୍ଗଲକୁ ଆସି ବୁଲାବୁଲି କରୁଥିବା ବନ ବିଭାଗ କହିଛି। ସେହି ହାତୀ ପଲରୁ ଏହି ହାତୀ ଆସିଥିବା ବନ ବିଭାଗ ଅନୁମାନ କରୁଛି।

You might also like