ବିଷ ପିଇ ଦେଇଥିଲେ, ମେଡିକାଲ୍‌ ଆସିବା ପରେ ଜଣାପଡ଼ିଲା କରୋନା ପଜିଟିଭ୍‌

କଟକ: ବିଷ ପିଇ ଦେଇଥିଲେ, ଚିକିତ୍ସା ପାଇଁ ମେଡିକାଲ୍‌ ଆସିବା ପରେ ଜଣାପଡ଼ିଥିଲା ତାଙ୍କୁ କରୋନା ହୋଇଛି। କରୋନା ପଜିଟିଭ ଜଣାପଡ଼ିବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କର କୌଣସି ଚିକିତ୍ସା କରାଯାଉ ନ ଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।

ସୂଚନା ଅନୁସାରେ, ଗତକାଲି ବାଲେଶ୍ୱରର ଜଣେ ବ୍ୟକ୍ତି ବିଷ ପିଇ ଦେଇଥିଲେ। ତାଙ୍କୁ କାଲି ରାତି ୯ଟାରେ SCB କାଜୁଆଲିଟିରେ ଭର୍ତ୍ତି କରାଯାଇଥିଲା। ଏହାପରେ ସମ୍ପୃକ୍ତ ବ୍ୟକ୍ତିଙ୍କ କରୋନା ଟେଷ୍ଟ କରାଯାଇଥିଲା ଓ ରିପୋର୍ଟ ପଜିଟିଭ୍‌ ଆସିଥିଲା। ବ୍ୟକ୍ତି ଜଣକ କରୋନା ପଜିଟିଭ୍‌ ଜଣାପଡ଼ିବା ପରେ ଚିକିତ୍ସା ପାଇଁ ତାଙ୍କ ପାଖକୁ ଆଉ କେହି ଆସିନଥିଲେ। ଫଳରେ କାଲିଠୁ ବର୍ତ୍ତମାନ ସୁଦ୍ଧା କାଜୁଆଲିଟିରେ ସେମିତି ପଡ଼ି ରହିଛନ୍ତି ବ୍ୟକ୍ତି ଜଣକ। ୧୨ ଘଣ୍ଟା ବିତିଥିଲେ ବି ତାଙ୍କୁ ସ୍ଥାନାନ୍ତର କରାଯାଉ ନ ଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଏଥିପାଇଁ ପରିବାର ଲୋକଙ୍କୁ ହନ୍ତସନ୍ତ ହେବାକୁ ପଡ଼ିଛି। ଏ ନେଇ ସମ୍ପୃକ୍ତ ବ୍ୟକ୍ତିଙ୍କ ଭାଇ ଭିଡିଓ ଜରିଆରେ ଅଭିଯୋଗ କରିଛନ୍ତି।

ଏହି ଘଟଣାକୁ ନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ଘଟଣାପରେ SCBରେ ଚାଲିଥିବା ଚିକିତ୍ସାକୁ ନେଇ ଅନେକ ପ୍ରଶ୍ନ ଉଠିଛି।

ଆହୁରି ପଢ଼ନ୍ତୁ

ପ୍ରକାଶ ପାଇଲା OJEE ପରୀକ୍ଷା ସୂଚୀ

ଇନ୍‌ଫର୍ମର ସନ୍ଦେହରେ ଦୁଇ ଜଣଙ୍କୁ ହତ୍ୟା କଲେ ମାଓବାଦୀ

ରାଜଧାନୀରେ ଚାଞ୍ଚଲ୍ୟ: ଲୁଟେରା ଆକ୍ରମଣରେ ସ୍କୁଟିରୁ ଖସି ଯୁବତୀ ଗୁରୁତର

ବିଧାନସଭା ସମ୍ମୁଖରେ ମହିଳାଙ୍କ ବେକରେ ଛୁରୀ ଲଗାଇ ଯୁବକଙ୍କ ହାଇଡ୍ରାମା

ଦିନକରେ ଓଡ଼ିଶାରେ ୧୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

୨୪ ଘଣ୍ଟାରେ ଓଡ଼ିଶାରେ ୩,୬୧୫ କରୋନା ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ୬୭୧

ଆଜିଠୁ ଖୋଲିଲା ଭିତରକନିକା

ନୂଆ ନିୟମ: ଆଉ ସାଙ୍ଗରେ ଆଣିବାକୁ ପଡ଼ିବନି DL

୬୦ ଟଙ୍କା ପାଇଁ ପାନ ଦୋକାନୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ

ବାଲେଶ୍ୱରରେ ସଟ୍‌ଡାଉନ୍ ନିଷ୍ପତ୍ତିକୁ ବିରୋଧ

କଟକ ଓ ଭୁବନେଶ୍ୱରରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ ସୂଚନା ଜାରି

ପ୍ରାଣୀ ଉଦ୍ୟାନ ଓ ଡିୟର୍ ପାର୍କ ଖୋଲିବାର ଗାଇଡ୍ ଲାଇନ ଜାରି କଲେ ରାଜ୍ୟ ସରକାର

You might also like