ଡାକ୍ତର ନୁହେଁ, ଅନଭିଜ୍ଞ ଔଷଧ ଦୋକାନୀ କରୁଛନ୍ତି ରୋଗୀ ଚିକିତ୍ସା!

ତେଲକୋଇ( ଚିନ୍ମୟ ସାହୁ) :  ଡାକ୍ତର ନୁହେଁ, ବରଂ ଅନଭିଜ୍ଞ ଔଷଧ ଦୋକାନୀ କରୁଛନ୍ତି ଚିକିତ୍ସା। କେବଳ ବଡ଼ ଲୋକ ନୁହନ୍ତି, ଛୋଟ ଶିଶୁଙ୍କୁ ମଧ୍ୟ କରାଯାଉଛି ଚିକିତ୍ସା। କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକର ଜଗମୋହନପୁର ଅଂଚଳରେ ଏଭଳି ଦୃଶ୍ୟ ସାମନାକୁ ଆସିଛି। ସମ୍ମୁଖରେ ଔଷଧ ଦୋକାନ କିନ୍ତୁ ପଛରେ କ୍ଲିନିକ୍ ଏବଂ ଚିକିତ୍ସା କରୁଛନ୍ତି ଔଷଧ ଦୋକାନୀ। କେବଳ ଏହି ଗୋଟିଏ ଦୋକାନ ନୁହେଁ, ବଜାରରେ ଥିବା ପ୍ରାୟ ସବୁ ଔଷଧ ଦୋକାନରେ ଦେଖିବାକୁ ମିଳେ ଏମିତି ଦୃଶ୍ୟ। କେବଳ ତେଲକୋଇ ନୁହେଁ, ଅନୁଗୁଳ ଜିଲ୍ଲା ପାଲଲହଡା ଉପଖଣ୍ଡର ରୋଗୀ ମଧ୍ୟ ଏଠାକୁ ଆସୁଛନ୍ତି ଚିକିତ୍ସା ହେବାକୁ।

ଡାକ୍ତରଖାନାରେ ଭଲ ଡାକ୍ତର ନ ଥିବାବେଳେ ମାଗଣା ଔଷଧରେ ରୋଗ ଭଲ ହେଉନି। ଯେଉଁଠି ରୋଗ ଭଲ ହେଉଛି ସେଠାକୁ ଆସୁଛୁ ବୋଲି କହିଛନ୍ତି ରୋଗୀ । ତେବେ ଏହି ଘଟଣା ନେଇ କୌଣସି ପ୍ରଶାସନିକ ଅଧିକାରୀଙ୍କ ପ୍ରତିକ୍ରିୟା ମିଳି ନଥିବାବେଳେ ସ୍ୱାସ୍ଥ୍ୟ ସେବାର ପ୍ରକୃତ ଚିତ୍ର ସାମନାକୁ ଆସିଛି।

ଆହୁରି ପଢ଼ନ୍ତୁ

ଭୁବନେଶ୍ୱରରୁ ୩୧୭ ପଜିଟିଭ ଚିହ୍ନଟ, ୨୫୫ ଲୋକାଲ କେସ୍

ପୂରଣ ହେଲା ସ୍ୱାଭିମାନ ଅଞ୍ଚଳବାସୀଙ୍କ ଆଶା

ଆଜିଠୁ ଓଡ଼ିଶାର ଏହି ସହର ୭ ଦିନ ସଟ୍‌ଡାଉନ୍‌

ବିଶ୍ୱ ପର୍ଯ୍ୟଟନ ଦିବସରେ କୋଣାର୍କକୁ ଗଡ଼ିଲା ‘ମୋ ବସ୍’

ଓଡ଼ିଶାରେ କୋଭିଡ୍‌ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଲେ ବିଜେଡି ବିଧାୟକ

ଦିନକରେ ଓଡ଼ିଶାରେ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଓଡ଼ିଶାରେ କରୋନା ସ୍ଥିତି: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩,୯୨୨ ପଜିଟିଭ୍‌

ଅକ୍ଟୋବରରୁ ଓଡ଼ିଶାର ସମସ୍ତ ପର୍ଯ୍ୟଟନସ୍ଥଳୀ ଖୋଲିବାକୁ ଯୋଜନା

ସମ୍ପର୍କୀୟଙ୍କ ସହ ମିଶି ପତ୍ନୀଙ୍କୁ ମାଡ଼ ମାରିଲେ ଡେପୁଟି କଲେକ୍ଟର

JEE Advanced 2020: କୋଭିଡ୍‌ ଗାଇଡ୍‌ଲାଇନ୍ସ ପାଳନ କରି ହେବ ପରୀକ୍ଷା

ଗ୍ୟାସ ସିଲିଣ୍ଡର ସଜାଡ଼ୁଥିବା ବେଳେ ହଠାତ୍ ଲାଗିଲା ନିଆଁ; ୬ ଗୁରୁତର

ବିଧାନସଭା ଅଧିବେଶନରେ ସରକାରଙ୍କୁ ଘେରିବାକୁ ବିଜେପିର ରଣନୀତି

You might also like