ଏକାଦଶାହ ଭୋଜିକୁ ଯାଇଥିଲେ ‘କରୋନା’ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରୀ ଜାରି କରାଯାଇଛି। ତେବେ ଚିନ୍ତା ବଢାଇଛନ୍ତି ୧୪୬ ନମ୍ବର ଆକ୍ରାନ୍ତ ଟ୍ରାଭେଲ ବିବରଣୀରୁ ମିଳିଥିବା ତଥ୍ୟ ଅନୁସାରେ, ଗାଁରେ ଜଳଖିଆ ଦୋକାନ ଖୋଲିଥିଲେ ୧୪୬ ନଂ ଆକ୍ରାନ୍ତ। ମାର୍ଚ୍ଚ ୨୧ ତାରିଖରେ ଟ୍ରେନ୍‌ରେ କୋଲକାତାରୁ ଫେରିଥିଲେ।


ସେ ଜେକେ ରୋଡ୍ ଷ୍ଟେସନ୍‌ରେ ଓହ୍ଲାଇ ଭଡ଼ା ଗାଡ଼ିରେ ଆସିଥିଲେ ଏବଂ ଅନ୍ୟ ୧୧ ଜଣଙ୍କ ସହ ଯାଜପୁର ଟାଉନ୍ ଆସିବା ପରେ ଚାଲି ଚାଲି ବିରଜାପୁରସ୍ଥିତ ନିଜ ଘରକୁ ଯାଇଥିଲେ। ଲକଡାଉନ୍‌ରେ ଘରେ ରହିବା ସମୟ ମଧ୍ୟରେ ବିଭିନ୍ନ ଦୋକାନକୁ ଯାଇଥିଲେ। ଟ୍ରାଭେଲ ହିଷ୍ଟ୍ରୀକୁ ଦେଖି ସାମ୍ପଲ ସଂଗ୍ରହ ପରେ ମେ ୧ରେ ଟେଷ୍ଟ ପଜିଟିଭ ଆସିଛି।

ସେହିପରି ୧୫୫ ନମ୍ବର ଆକ୍ରାନ୍ତ ଯାଜପୁର ବରୀର ୪୮ ବର୍ଷୀୟ ବ୍ୟକ୍ତି ମଧ୍ୟ କୋଲକତା ଫେରନ୍ତା ସେ ଘରେ ରହିଥିଲେ। କିନ୍ତୁ ସମ୍ପର୍କୀୟଙ୍କ ଏକାଦଶାହ ଭୋଜିରେ ଯୋଗ ଦେଇଥିଲେ। ଗାଁରେ ଡିଲରଙ୍କଠୁ ପିଡିଏସ୍ ଚାଉଳ ଆଣିଥିଲେ ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଯାଇଥିଲେ। ୧୫୮ ଓ ୧୫୯ ନମ୍ବର ଆକ୍ରାନ୍ତ ଗଞ୍ଜାମର ଦୁଇ ଯୁବକ ସୁରତ ଫେରନ୍ତା। ସେମାନେ ବସ୍‌ରେ ସୁରତରୁ ୫୦ରୁ ଅଧିକ ଯାତ୍ରୀଙ୍କ ସହ ଆସିଥିଲେ। ଖାଦ୍ୟ ପାଇଁ ବାହାରକୁ ବିଭିନ୍ନ ସମୟରେ ଯାଇଥିଲେ।

ଆହୁରି ପଢ଼ନ୍ତୁ

Plus III Admission: ଆଜି ପ୍ରକାଶ ପାଇବ ପ୍ରଥମ ମେରିଟ୍ ଲିଷ୍ଟ

ତାପଙ୍ଗର ହାତିଆ ମୁଣ୍ଡିଆ ନିଷିଦ୍ଧାଞ୍ଚଳ ଘୋଷିତ

କରୋନା ନେଇଗଲା କୋଭିଡ୍ ଯୋଦ୍ଧାଙ୍କ ଜୀବନ

ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ଦାଶଙ୍କୁ ଭାରତର ସର୍ବୋଚ୍ଚ ବିଜ୍ଞାନ ପୁରସ୍କାର

ଗାଈଗୋରୁଙ୍କ ଜୀବନ ରକ୍ଷା ପାଇଁ ଅଭିନବ ପ୍ରୟାସ

ବିଧାନସଭା ଅଧିବେଶନ ପୂର୍ବରୁ ଆସିଲା କରୋନା ଟେଷ୍ଟ ରିପୋର୍ଟ, ୧୩୬ ଜଣଙ୍କ ରିପୋର୍ଟ ପଜିଟିଭ୍

ଭୁବନେଶ୍ୱରରୁ ୩୧୭ ପଜିଟିଭ ଚିହ୍ନଟ, ୨୫୫ ଲୋକାଲ କେସ୍

ପୂରଣ ହେଲା ସ୍ୱାଭିମାନ ଅଞ୍ଚଳବାସୀଙ୍କ ଆଶା

ଆଜିଠୁ ଓଡ଼ିଶାର ଏହି ସହର ୭ ଦିନ ସଟ୍‌ଡାଉନ୍‌

ବିଶ୍ୱ ପର୍ଯ୍ୟଟନ ଦିବସରେ କୋଣାର୍କକୁ ଗଡ଼ିଲା ‘ମୋ ବସ୍’

ଓଡ଼ିଶାରେ କୋଭିଡ୍‌ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଲେ ବିଜେଡି ବିଧାୟକ

ଦିନକରେ ଓଡ଼ିଶାରେ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

You might also like