କେମିତି ଆସିଥିଲେ କୋଲକାତାରୁ ଭଦ୍ରକ, ତଥ୍ୟ ଦେଲେ ସରକାର

ଭୁବନେଶ୍ୱର: ଆଜି ୯୦ରୁ ୯୪ ନମ୍ବର ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ପ୍ରକାଶ କରିଛନ୍ତି ସରକାର। ୯୦ ନମ୍ବର ଆକ୍ରାନ୍ତ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ରାହ୍ମଣୀ ଶାସନର। ସେ ଏପ୍ରିଲ ୧୬ରେ ଲକଡାଉନ ବଳବତ୍ତର ଥିବା ସତ୍ତ୍ୱେ କିପରି କୋଲକାତା ଖିଦିରପୁରରୁ ସକାଳ ୯ଟାରେ ବାହାରି ସ୍ପଷ୍ଟ ଦିବାଲୋକରେ ଗାଡ଼ି ଯୋଗେ ଦିନ ୧ଟା ୩୦ରେ ଗାଁରେ ପହଞ୍ଚିଥିଲେ। ସେନେଇ ମନରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।

୯୧ରୁ ୯୪ ନମ୍ବର ଆକ୍ରାନ୍ତ ଭଦ୍ରକର। ୯୧ ନମ୍ବର ଆକ୍ରାନ୍ତ ମଧ୍ୟ ଲକଡାଉନ ସତ୍ତ୍ୱେ ୧୮ ଏପ୍ରିଲରେ ଜଣେ ସାଙ୍ଗ ସହ କୋଲକାତା ବେଲଗାଛିଆରୁ ବାଇକରେ ଭଦ୍ରକ ଟାଉନ୍ ଓ ସେଠାରୁ ୧୯ ତାରିଖରେ ସାଇକେଲରେ ନିଜ ଗାଁ ତିହିଡ଼ି ମଠସାହିରେ ପହଞ୍ଚିଥିଲେ। ୯୨ ନମ୍ବର ଆକ୍ରାନ୍ତ ଯାଜପୁର କୁଆଖିଆର ଏକ ଇଟାଭାଟିରୁ ୧୦ ଜଣ ଲୋକଙ୍କ ସହ ଅଟୋରେ ଯାଜପୁର ଓ ସେଠାରୁ ଚାଲିଚାଲି ନିଜ ଗାଁ ତିହିଡ଼ି କାନପୁର ପୀରହାଟରେ ପହଞ୍ଚିଥିଲେ।

୯୩ ନମ୍ବର ଆକ୍ରାନ୍ତ ଲକଡାଉନ ସତ୍ତ୍ୱେ କୋଲକାତା ବହୁବାଜାରରୁ ଭଡ଼ାଗାଡ଼ିରେ ନିଜ ବାପା ଓ ଅନ୍ୟ ୬ଜଣ ଯାତ୍ରୀଙ୍କ ସହ ଧାମନଗରରେ ପହଞ୍ଚିଥିଲେ ଓ ସେଠାରୁ ବାପାଙ୍କ ସହ ବାଇକରେ ନିଜ ଗାଁକୁ ଫେରିଥିଲେ। ୯୪ ନମ୍ବର ଆକ୍ରାନ୍ତ କୋଲକାତା ବହୁବାଜାରରୁ ୫ ଦିନ ଧରି ପାଦରେ ଚାଲିଚାଲି ଧାମନଗର କଲ୍ୟାଣୀ ଗାଁକୁ ଫେରିଥିଲେ।

You might also like