ଚିନ୍ତା ବଢ଼ାଇଲା ରାଜ୍ୟର ୮ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି

ଭୁବନେଶ୍ୱର: ରାଜ୍ୟରେ ଆଉ ୫ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ୍‌ସାଇଟ୍‌ରୁ ଏହି ସୂଚନା ମିଳିଛି। ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୮କୁ ବୃଦ୍ଧି ପାଇଛି। ଏହି ନୂଆ ୫ କରୋନା ଆକ୍ରାନ୍ତ‌ ବାଲେଶ୍ୱରର ବୋଲି ସୂଚନା ମିଳିଛି। ବାଲେଶ୍ୱରରୁ ଏବେ ଯାଏ ୧୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଅନ୍ୟପକ୍ଷରେ, ରାଜ୍ୟର ଆଉ ୮ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରିର ଚିନ୍ତାଜନକ ତଥ୍ୟ ଆସିଛି। ଯାଜପୁରର ୬ ଜଣଙ୍କଠାରେ ପ୍ରାୟ ମାସେ ଯାଏ କୌଣସି କରୋନା ଲକ୍ଷଣ ଦେଖାଯାଇ ନ ଥିବାବେଳେ ସୁନ୍ଦରଗଡ଼ର ୨ ନୂଆ ଆକ୍ରାନ୍ତଙ୍କ ସହ ୫୧ ନମ୍ବର ନିଜାମୁଦ୍ଦିନ ଫେରନ୍ତାଙ୍କ ଲିଙ୍କ ଥିବା ଅନୁମାନ କରାଯାଉଛି। ଯାଜପୁର ଜିଲ୍ଲାର ନୂଆ ୬ ଆକ୍ରାନ୍ତଙ୍କ ସହ ସୁନ୍ଦରଗଡ଼ର ନୂଆ ୨ ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ପ୍ରକାଶ କରିଛନ୍ତି ରାଜ୍ୟ ସରକାର।

କେସ୍ ନମ୍ବର ୯୫ରୁ ୧୦୨ ପର୍ଯ୍ୟନ୍ତ ୮ଜଣ ଆକ୍ରାନ୍ତଙ୍କ ତଥ୍ୟ ଦିଆଯାଇଛି ସେଥିରୁ ଜଣାପଡ଼ିଛି ଯେ, ଯାଜପୁର ଜିଲ୍ଲାର ୬ ଆକ୍ରାନ୍ତ ପଶ୍ଚିମବଙ୍ଗ ଫେରନ୍ତା ଏବଂ ସେମାନଙ୍କ ଠାରେ କୌଣସି ଲକ୍ଷଣ ପ୍ରକାଶ ପାଇ ନ ଥିଲା। କେବଳ ପଶ୍ଚିମବଙ୍ଗରୁ ଫେରି ଥିବାରୁ ସେମାନଙ୍କ ନମୁନା ପରୀକ୍ଷା ହୋଇଥିଲା, ଯେଉଁଥିରେ ସେମାନଙ୍କ ରିପୋର୍ଟ ପଜିଟିଭ ଆସିଥିଲା।

ସେହିପରି ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ଗୁଡ଼ଗୁଡ଼ ଯୋରର ୧୦୧ ଓ ୧୦୨ ନମ୍ବର ଆକ୍ରାନ୍ତ ୬୯ ନମ୍ବର ଆକ୍ରାନ୍ତଙ୍କ ଦ୍ୱାରା ସଂକ୍ରମିତ ହୋଇଥିବା ଅନୁମାନ କରାଯାଉଛି। ୧୦୧ ନମ୍ବର ଆକ୍ରାନ୍ତ ତାଙ୍କ ନିକଟ ସଂପର୍କୀୟ ହୋଇଥିବା ବେଳେ, ୧୦୨ ନମ୍ବର ତାଙ୍କ ପଡ଼ୋଶୀ।

୬୯ ନମ୍ବର ଆକ୍ରାନ୍ତ ପୂର୍ବରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ପଡ଼ୋଶୀ ବୋଲି ଦର୍ଶାଯାଇଥିଲା। ପୂର୍ବରୁ ବିଶ୍ରା ଅଞ୍ଚଳର ୫୧ ନମ୍ବର ଆକ୍ରାନ୍ତ ନିଜାମୁଦ୍ଦିନ ଯାଇ ଏବଂ ୫୨ ନମ୍ବର ଆକ୍ରାନ୍ତ ତାଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିଲେ।

ଆହୁରି ପଢ଼ନ୍ତୁ

ଜୀବନକୁ ବାଜି ଲଗାଇ ଏମିତି କାମ କଲେ ଦୁଇ ଅଙ୍ଗନବାଡ଼ି କର୍ମୀ

‘କରୋନା ପାଇଁ ମନଇଚ୍ଛା ଔଷଧ ଖାଆନ୍ତୁନି, ନଚେତ୍…’

ଭୁବନେଶ୍ୱରରୁ ଆଜି ୩୪୯ କରୋନା ଆକ୍ରାନ୍ତ ଚିହ୍ନଟ

ମିଳିଲାନି କାନ୍ଧ, ଟ୍ରଲିରେ ଶ୍ମଶାନକୁ ଗଲା ମୃତଦେହ

ନଦୀରେ ପୋଲ ବ୍ୟବସ୍ଥା ନ କରି ବିକଳ୍ପ ହଟାଇ ଦେଲା ପ୍ରଶାସନ, ତାତିଲେ ଲୋକେ

ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା: ପୋଲିସ୍‌ କମିଶନର କହିଲେ-ତଦନ୍ତ ଠିକ୍ ଭାବେ ଚାଲିଛି

ଓଡ଼ିଶାରୁ ସୁରତକୁ ଟ୍ରକ୍‌ରେ ଏମିତି ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୧୬ ଆକ୍ରାନ୍ତଙ୍କ ମୃତ୍ୟୁ

Coronavirus Updates In Odisha: ୨୪ ଘଣ୍ଟାରେ ୪,୩୪୦ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ୬୫୩

ମନ୍ଦିର ରୋଷଶାଳା ନିକଟରୁ ମିଳିଲା ଯୁବକଙ୍କ ମୃତଦେହ

ପୂର୍ବତନ ମନ୍ତ୍ରୀ ଶେଖ୍ ମତଲୁବ ଅଲ୍ଲୀଙ୍କ ପରଲୋକ

OLA ଡ୍ରାଇଭରଙ୍କ ହାତଗୋଡ଼ ବାନ୍ଧି କାର୍‌ ଡିକିରେ ଭର୍ତ୍ତି କରି ନେଉଥିଲେ; ଅଧା ବାଟରେ ଘଟିଲା ଏମିତି ଘଟଣା

You might also like