ଭୁବନେଶ୍ୱର: ୫ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ୍ ହିଷ୍ଟ୍ରି ପ୍ରଦାନ କରିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।
୧୪୭ ନମ୍ବର ଆକ୍ରାନ୍ତ ଲକ୍ଡାଉନ୍ ପୂର୍ବରୁ ମାର୍ଚ୍ଚ ୧୭ ତାରିଖରେ ତାମିଲନାଡ଼ୁ ତିରୁପୁରରେ ପହଞ୍ଚିଥିଲେ।
୧୮ରୁ ୫ ଏପ୍ରିଲ ଯାଏ ହୋମ କ୍ୱାରେଣ୍ଟିନ୍ରେ ଥିଲେ। ହେଲେ ୬ ତାରିଖରୁ ୩୦ ତାରିଖ ଯାଏ ଗାଁରେ କ୍ରିକେଟ୍ ଖେଳିବା ସହ ସେଲେଇପାଲି ଗାଁରେ କ୍ରିକେଟ୍ ଖେଳିଛନ୍ତି।
ସେହିପରି ୧୪୮ ନମ୍ବର ଆକ୍ରାନ୍ତ ୧୪୭ଙ୍କ ସହ ଘରକୁ ଫେରିଥିଲେ। ୧୮ରୁ ୫ ଏପ୍ରିଲ ଯାଏ ହୋମ କ୍ୱାରେଣ୍ଟିନ୍ରେ ଥିଲେ। ତେବେ ୬ରୁ ୩୦ ତାରିଖ ଭିତରେ ଘରୁ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ।
ସେପଟେ ଯାଜପୁର ୧୪୯ ନମ୍ବର ଆକ୍ରାନ୍ତ କୋଲକାତାରୁ ବସ୍ରେ ଯାଜପୁର ପାଣିକୋଇଲି ଯାଏ ଆସିଥିଲେ। ଏହାପରେ ସେ ୨୩ ମାର୍ଚ୍ଚରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ।
୨୩ରୁ ୩୦ ଏପ୍ରିଲ ଯାଏ ହୋମ କ୍ୱାରେଣ୍ଟିନ୍ରେ ଥିଲେ। ମେ ପହିଲାରେ ନମୁନା ପରୀକ୍ଷା ପରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା।
ସେହିପରି ବିଞ୍ଝାରପୁରର ୧୫୦ ଓ ୧୫୨ ନମ୍ବର ଆକ୍ରାନ୍ତ କୋଲକାତାରୁ ଫେରିବା ପରେ ଘରେ ରହିଥିଲେ। ଲକ୍ଷଣ ନଥିଲା ତେବେ ଟ୍ରାଭେଲ୍ ହିଷ୍ଟ୍ରି ଥିବାରୁ ଉଭୟଙ୍କ ନମୁନା ନିଆଯାଇଥିଲା ଯାହା ପଜିଟିଭ୍ ଆସିଛି।